ଏସିଆନ୍ ଗେମ୍ସ : ଭାରତ ପାଇଁ ଇତିହାସ ରଚିଛନ୍ତି ଭାରତର ଶୁଟର ନୀରୁ ଢାଣ୍ଡା,ସୁଟିଂରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି ନୀରୁ
ଏସିଆନ୍ ଗେମ୍ସରେ ଭାରତ ପାଇଁ ଇତିହାସ ରଚିଛନ୍ତି ଭାରତର ଶୁଟର ନୀରୁ ଢାଣ୍ଡା । ନୀରୁ ସୁଟିଂରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି । ମହିଳା ବ୍ୟକ୍ତିଗତ ଟ୍ରାପ୍ ଇଭେଣ୍ଟରେ ନୀରୁ ଦେଶ ପାଇଁ ଆଣିଛନ୍ତି ଐତିହାସିକ ସ୍ୱର୍ଣ୍ଣ ପଦକ । ଫାଇନାଲରେ ୩୦ଟି ଶଟରୁ ୨୮ଟି ହିଟ୍ କରି କରିଛନ୍ତି ନୀରୁ ।
ଫାଇନାଲରେ କତାରର ଶୁଟର ଏବଂ ନୀରୁଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ହେଲେ ନୀରୁ ନିଜର ଧୈର୍ଯ୍ୟ ଓ ନିଖୁଣ ଟାର୍ଗେଟରେ ମ୍ୟାଚକୁ ନିଜ ନାଁରେ କରିନେଇଛନ୍ତି । ଏସିଆନ୍ ଗେମ୍ସର ମହିଳା ଇଣ୍ଡିଭିଜୁଆଲ ଟ୍ରାପରେ ସେ ପ୍ରଥମଥର ପାଇଁ ଭାରତକୁ ସ୍ୱର୍ଣ୍ଣ ଦେଇଛନ୍ତି । ଏହି ବର୍ଗରେ ୨୬ ସ୍କୋର ସହିତ ଚୀନର ସୁନ ୟୁନଗୋଙ୍ଗ ରୌପ୍ୟ ଏବଂ ୨୧ ସ୍କୋର ସହିତ କୁଏତର ହଜର ଅବଦୁଲମଲିକ କାଂସ୍ୟ ପଦକ ଜିତିଛନ୍ତି ।
ହରିୟାଣାର ଜିନ୍ଦରେ ୨୫ ମେ ୨୦୦୦ରେ ଜନ୍ମଗ୍ରହଣ କରିଥିବା ନୀରୁ ଢାଣ୍ଡା ଅନ୍ତର୍ଜାତୀୟ ସ୍ତରରେ ଲଗାତାର ଭଲ ପ୍ରଦର୍ଶନ କରି ଭାରତର ଅଗ୍ରଣୀ ଟ୍ରାପ୍ ଶୁଟରଙ୍କ ମଧ୍ୟରେ ନିଜ ସ୍ଥାନ ମଜବୁତ କରିଛନ୍ତି । ତେବେ ଏସିଆନ ଗେମ୍ସରେ ଭାରତ ୫ମ ସ୍ବର୍ଣ୍ଣ ସହିତ ମୋଟ୍ ୪୭ଟି ପଦକ ହାସଲ କରି ୧୧ ତମ ସ୍ଥାନରେ ରହିଛି ।
କୌଣସି ବି ଟ୍ରାପ ସୁଟିଂ ଇଭେଣ୍ଟରେ ଭାରତ ଶେଷ ଥର ୧୯୭୮ ମସିହାରେ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲା । ସେହି ସମୟରେ ପୁରୁଷ ଟ୍ରାପ ସୁଟିଂ ଏକକ ବର୍ଗରେ ରଣଧୀର ସିଂ ସ୍ଵର୍ଣ୍ଣ ପଦକ ଜିତିଥିଲେ । ଏବେ ୪୮ ବର୍ଷ ବିତିଯାଇଥିଲେ ହେଁ ଟ୍ରାପ ସୁଟିଂ ଏକକ ବର୍ଗରେ ଭାରତ ସ୍ଵର୍ଣ୍ଣ ପଦକ ଜିତି ପାରି ନ ଥିଲେ ।