ବାପା ହେଲେ ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲ,ଜୁବନିଙ୍କ ପତ୍ନୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି
ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲଙ୍କ ଘରକୁ ଆସିଲେ କୁନି ଅତିଥି । ଜୁବନିଙ୍କ ପତ୍ନୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗଣେଶ ଚତୁର୍ଥୀରେ କୁନି ଶିଶୁକୁ ଘରକୁ ସ୍ବାଗତ କରିଛନ୍ତ ଜୁବିନ । ଏହା ତାଙ୍କ ପରିବାରର ପ୍ରଥମ ସନ୍ତାନ ବୋଲି ଜଣାପଡ଼ିଛି ।
ଜୁବିନ କହିଛନ୍ତି, ସେପ୍ଟେମ୍ବର ୧୪ ତାରିଖ ଗଣେଶ ଚତୁର୍ଥୀର ଶୁଭ ଦିନରେ ତାଙ୍କ ପୁଅ ଜନ୍ମ ନେଇଛି । ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ବେଳେ ସେମାନେ ଏବେ ଘରକୁ ଫେରି ଆସିଛନ୍ତି । ପୁଅର ଆଗମନ ପରେ ଜୁବିନ ଏବଂ ତାଙ୍କ ପରିବାରର ଖୁସି ଦ୍ୱିଗୁଣିତ ହୋଇଯାଇଛି । ଜୁବିନଙ୍କ ପୁଅ ହେବା ପରେ ପରିବାର ଲୋକ ବେଶ୍ ଖୁସିରେ ରହିଛନ୍ତି । ତେବେ ଫ୍ୟାନ୍ସ ଏବେ ଜୁବିନଙ୍କ ପୁଅ ନାମ କ’ଣ ହେବ ତାହାକୁ ନେଇ ଉତ୍ସାହିତ ରହିଛନ୍ତି ।
ଡେରାଡୁନର ଜୁବିନ ନୌଟିୟାଲ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମର ନଜରରୁ ଦୂରେ ରଖିବାକୁ ପସନ୍ଦ କରନ୍ତି । ସେ ଚଳିତ ବର୍ଷ ଏକ ଘରୋଇ ସମାରୋହରେ ନିଜ ପିଲାଦିନର ବନ୍ଧୁଙ୍କୁ ବିବାହ କରିଥିଲେ । ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା । ଏଥିରେ କେବଳ ପରିବାରର ନିକଟ ସଦସ୍ୟ ଏବଂ ସମ୍ପର୍କୀୟମାନେ ସାମିଲ ହୋଇଥିଲେ ।