ସାଉଥ ଆଫ୍ରିକା ପୁରୁଷ ଟିମ ପରେ ଏବେ ମହିଳା ଟିମର ମନ ମଧ୍ୟ ଭାଙ୍ଗିଯାଇଛି,ନକଆଉଟ୍ ମ୍ୟାଚରୁ ବାଦ୍ ପଡିଛି ଟିମ୍

ଭାଙ୍ଗିଯାଉଛି ସାଉଥ ଆଫ୍ରିକାବାସୀଙ୍କ ମନ । ଗତ ୪ ବର୍ଷରେ ୮ ଥର ବିଶ୍ବକପ ଠାରୁ ମାତ୍ର ଗୋଟେ ପାଦ ଦୂରରେ ଥାଇ ମଧ୍ୟ ଉଭୟ ପୁରୁଷ ଏବଂ ମହିଳା ଟିମ୍ ହାତେଇପାରୁନାହିଁ ଟାଇଟଲ । ସାଉଥ ଆଫ୍ରିକା ପୁରୁଷ ଟିମ ପରେ ଏବେ ମହିଳା ଟିମର ମନ ମଧ୍ୟ ଭାଙ୍ଗିଯାଇଛି । ପୁରା ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ନକଆଉଟ୍ ମ୍ୟାଚରୁ ବାଦ୍ ପଡିଛି ଟିମ୍ ।

ସାଉଥ ଆଫ୍ରିକା ମହିଳା ଟିମ୍ ଆଇସିସି ମହିଳା ଟି୨୦ ବିଶ୍ବକପ ୨୦୨୬ ସେମିଫାଇନାଲରେ ଇଂଲଣ୍ଡ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି । ଏହାହିତ ସାଉଥ ଆଫ୍ରିକାର ବିଶ୍ବକପ ସ୍ବପ୍ନ ଚୁରମାର ହୋଇଛି । ଏହା ପୂର୍ବରୁ ଟିମ୍ ୨ଟି ଟି୨୦ ବିଶ୍ବକପ ଫାଇନାଲରେ ପହଞ୍ଚି ମଧ୍ୟ ଟାଇଟଲ ହାତେଇ ପାରିନଥିଲା । ସାଉଥ ଆଫ୍ରିକା ପୁରୁଷ ଏବଂ ମହିଳା ଦଳ ଗତ ୪ ବର୍ଷରେ ୮ ଥର ଆଇସିସି ଟୁର୍ଣ୍ଣାମେଣ୍ଟରୁ ବିଜୟ ଦ୍ବାରରୁ ଫେରିଛି ।

ସାଉଥ ଆଫ୍ରିକା ମହିଳା ଟିମ୍ ୨୦୨୩ରୁ ୨୦୨୬ ଯାଏଁ ୩ଟି ଫାଇନାଲ ଏବଂ ଗୋଟିଏ ସେମିଫାଇନାଲରୁ ହାରିଛି । ଇଂଲଣ୍ଡ ବିପକ୍ଷରେ ନିକଟରେ ହାରିଥିବା ବେଳେ ୨୦୨୫ରେ ଫାଇନାଲରେ ଭାରତ ଠାରୁ ହାରିଥିଲା । ସେହିପରି ୨୦୨୪ରେ ଟି୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୨୦୨୩ ଟି୨୦ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଛି ।

ସାଉଥ ଆଫ୍ରିକା ପୁରୁଷ ଟିମ୍ ମଧ୍ୟ ୨୦୨୪ ଟି୨୦ ଫାଇନାଲରେ ଭାରତ ଠାରୁ ହାଥିଲା । ଟି୨୦ ବିଶ୍ବକପ ୨୦୨୬ରେ ମଧ୍ୟ ସେମିଫାଇନାଲରେ ହାରିଥିଲା । ୨୦୨୩ ବିଶ୍ବକପ ସେମିଫାଇନାଲ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚିଥିଲା ।

Leave a comment