ଆଇପିଏଲ୍ ୨୦୨୬ର ୪୧ ତମ ମ୍ୟାଚ୍: ହାଇଦ୍ରାବାଦକୁ ୨୪୫ ରନ୍ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୪୧ ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମୁହାଁମୁହିଁ ହୋଇଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିଣି ଆୟୋଜକ ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିଜର ରଣନୀତି ଅନୁସାରେ ବ୍ୟାଟିଂ କରିଛି। ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୨୪୩ ରନ୍ ସଂଗ୍ରହ କରଛି। ଫଳରେ ହାଇଦ୍ରାବାଦକୁ ୨୪୫ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ମୁମ୍ବାଇର ସ୍କୋରରେ ପ୍ରାରମ୍ଭିକ ବ୍ୟାଟର ରେୟାନ ରିକେଲ୍ଟନଙ୍କ ଶତକ ସାମିଲ ଅଛି। ମୁମ୍ବାଇ ପାଇଁ ୱିଲ୍ ଜାକ୍ସ ଏବଂ ରେୟାନ ରିକେଲ୍ଟନ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଏକ ଭଲ ଆରମ୍ଭ କରିଥିଲେ। ଦଳୀୟ ସ୍କୋରକୁ ପ୍ରଥମ ୱିକେଟରେ ୯୩ ରନ୍ରେ ପହଞ୍ଚାଇଥିଲେ। ଏଥିରୁ ଜ୍ୟାକ୍ଙ୍କ ବ୍ୟକ୍ତିଗତ ସ୍କୋର ୪୬ ରନ୍ ଥିଲା, ଯିଏକି ୨୨ଟି ବଲ୍ ଖେଳି ୫ଟି ଚୌକା ଏବଂ ୩ଟି ଛକା ମାରିଥିଲେ।
ମୁମ୍ବାଇର ବଡ଼ ସ୍କୋରରେ ରେୟାନ ରିକେଲ୍ଟନଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସାମିଲ ଥିଲା। ସେ ଅପରାଜିତ ରହି ୫୫ଟି ବଲ୍ ଖେଳି ୧୨୩ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୧୦ଟି ଚୌକା ଏବଂ ୮ଟି ଛକା ସାମିଲ ରହିଛି।
ହାଇଦ୍ରାବାଦର ଦ୍ବିତୀୟ ଶିକାର ହୋଇଥିଲେ ସୂର୍ଯ୍ୟକୁମାର ଯାଦବ। ଦଳର ସ୍କୋର ୧୧୦ ରନ୍ ଥିଲା ବେଳେ ସେ ୫ରନ୍ କରି ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ। ମୁମ୍ବାଇ ତୃତୀୟ ୱିକେଟ୍ ଭାବେ ନମନ ଧୀରଙ୍କୁ ହରାଇ ଥିଲା। ନମନ ୧୭ଟି ବଲ୍ ସାମ୍ନା କରିଥିଲେ ଏବଂ ୩ଟି ଚୌକା ବଳରେ ୨୨ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ଟି ବଲ୍ ଖେଳି ୨ଟି ଚୌକା ଏବଂ ୨ଟି ଛକା ବଳରେ ୩୧ ରନ୍ ସଂଗ୍ରହ କରିଥିଲେ।