ଅରିନ୍ଦମ ରାୟଙ୍କ ପାଇଁ ବଢ଼ୁଛି ଅଡୁଆ,ଆଜି ପୁଣି କଟକରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ସାମ୍ବାଦିକ

ଅରିନ୍ଦମ ରାୟଙ୍କ ପାଇଁ ବଢ଼ୁଛି ଅଡୁଆ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ଅଶାଳୀନ ମନ୍ତ୍ୟବକୁ ନେଇ ତେଜୁଛି ଅସନ୍ତୋଷ । ଆଜି ପୁଣି କଟକରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ । କେଶରପୁର ମେରିଆବଜାର ଦୁର୍ଗାମଣ୍ଡପ ନିକଟରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । କିଛି ଟାଙ୍ଗୀ ବ୍ଲକ୍ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଯୁକ୍ତିତର୍କ ଘଟଣା ପରେ, ଗଣମାଧ୍ୟମ ଉପରେ ବର୍ଷିଥିଲେ ଅରିନ୍ଦମ ।

ପରେ ଗତ ୨୦ ତାରିଖ ଦିନ ଅରିନ୍ଦମ ବ୍ଲକ୍ କାର୍ଯ୍ୟାଳୟକୁ ଆଲୋଚନା ପାଇଁ ଯାଇଥିବା ବେଳେ, ଖୁଚୁରା ଟଙ୍କା, ପରିବା,ଚାଉଳ ହାତରେ ଧରି ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏହା ପରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ସଫେଇ ଦେଇଥିଲେ ଅରିନ୍ଦମ । ତେବେ ଏସବୁ ଯଥେଷ୍ଟ ନୁହେଁ, ଅରିନ୍ଦମ ସାମ୍ବାଦିକ ମାନଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଆଜି ପ୍ରତିବାଦ ପ୍ରଦର୍ଶନ ବେଳେ, ଦାବୀ ରଖିଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଆଗାମୀ ଦିନରେ ରାଜ୍ୟର ସମସ୍ତ ବ୍ଲକରେ ଅରିନ୍ଦମଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave a comment