ଓଡ଼ିଶାରେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆରମ୍ଭ କଲା ଅନଲାଇନ ଆବେଦନ, ପ୍ରଗମନ୍ ଡଟ୍ ଇନ୍
କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ସାମ୍ବାଦିକ ସମ୍ମିଳନୀରେ ୱେବସାଇଟକୁ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଜିଠାରୁ ୧୧ ଫେବ୍ରୁଆରୀ ଯାଏ ଆଶାୟୀମାନେ www.pragaman.in ରେ ଅନଲାଇନ୍ ଯୋଗେ ଆବେଦନ କରିପାରିବେ। ଉଭୟ ବିଧାନସଭା ଓ ଲୋକସଭା ଆସନରେ ଟିକେଟ ପାଇଁ ଆଶାୟୀ ଆବେଦନ କରିପାରିବେ । ଯେ କୌଣସି ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ପାଇଁ ଆବେଦନ କରିପାରିବେ। ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଫର୍ମ ଉପଲବ୍ଧ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଆବେଦନ କରିବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ।