ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତି କରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ, ଓଡ଼ିଶାର ଲୋକନୃତ୍ୟ, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ଓ ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯାଉଛି । ବହୁ ବୁଦ୍ଧିଜୀବୀ ଆଲୋଚନାରେ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ଯ ଏହି ମହୋତ୍ସବରେ ଯୋଗ ଦେଇ ଏହାକୁ ଅଧିକ ପ୍ରାଣବନ୍ତ କରିଛନ୍ତି।ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା, ଏହାର ଇତିହାସ ସମୃଦ୍ଧ । ଓଡ଼ିଆ ଭାଷାର ପ୍ରସାର ତଥା ଭବିଷ୍ଯତର ଆହ୍ବାନର ସଫଳ ମୁକାବିଲା ପାଇଁ ପାଳନ ହେଉଛି ଭାଷା ଉତ୍ସବ । ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ, ଓଡ଼ିଶାର ଲୋକନୃତ୍ୟ, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ଓ ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯାଇଛି । ଏଥିସହ ପଦ୍ମ ପୁରସ୍କାର ଓ ଅନ୍ଯାନ୍ଯ ମର୍ଯ୍ୟାଦାଜନକ ପୁରସ୍କାରପ୍ରାପ୍ତ ବ୍ଯକ୍ତିବିଶେଷଙ୍କୁ କରାଯାଇଛି ସମ୍ବର୍ଦ୍ଧିତ ।ଅଧିବେଶନର ଆରମ୍ଭରେ ୧୯୩୬ ମସିହାରୁ ଆଧୁନିକ ଓଡ଼ିଶାର ଆବିର୍ଭାବ ଉପରେ ଆଲୋଚନା ହୋଇଥିଲା । ଡକ୍ଟର ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଆଲୋଚନାରେ ପ୍ରଫେସର ପ୍ରତିଶ ଆଚାର୍ଯ୍ୟ, କୈଳାସ ଚନ୍ଦ୍ର ଦାଶ, ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ ଏବଂ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଭାଷାକୁ ସମୃଦ୍ଧ କରିବା ସହ ଆଗକୁ ନେବାକୁ ହେଲେ କ’ଣ ଆବଶ୍ୟକ ସେ ନେଇ ପ୍ରସ୍ତାବ ମଧ୍ଯ ଦିଆଯାଇଛି । ସେହିଭଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ନେଇ ସରଗରମ ଆଲୋଚନା କରାଯାଇଛି ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ