ଗାବାରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର

ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ ମ୍ୟାଚ ଆରମ୍ଭ ହୋଇପାରିଲା ନାହିଁ। ବର୍ଷା ଏବଂ କମ ଆଲୋକକୁ…

୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ କାଲିଠୁ ୨୧ ଯାଏ ରାଜସ୍ଥାନରେ ରହିବେ। ପରେ ଦିଲ୍ଲୀରେ ୫୫ତମ ଜିଏସ୍ଟି ବୈଠକରେ ଯୋଗ ଦେବେ।

ଇଣ୍ଡିଆନ୍ ଆଇଡ଼ଲରେ ଜ୍ୟୋତିପ୍ରକାଶ ଓଝାଙ୍କ କମାଲ

ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ୍ ଆଇଡ଼ଲରେ ନିଜର ଜାଦୁଗରୀ ଗୀତ ଶୁଣାଇ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ଓଡ଼ିଆ ପୁଅ ଜ୍ୟୋତିପ୍ରକାଶ ଓଝା। ସେ ଏକାଧାରାରେ ଜଣେ ଗୀତିକାର ହେବାସହ ଶାସ୍ତ୍ରୀୟ ସଂଗୀତଜ୍ଞ ଏବଂ ଚତ୍ମକାର କଣ୍ଠଶୀଳ୍ପୀ ଅଟନ୍ତି। ନିକଟରେ ଇଣ୍ଡିଆନ୍ ଆଇଡ଼ଲରେ ହିନ୍ଦୀ…

ଜାନୁଆରୀରେ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

୨୦୨୫ର ପ୍ରଥମ ମାସରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଦୁଇ ଦୁଇଟି ବଡ଼ କାର୍ଯକ୍ରମ। ଜାନୁଆରୀ ୮ରୁ ୧୦ ତିନିଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏ ଧରଣର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ…

ବଜାରକୁ ଆସିବ କ୍ୟାନସର୍‌ ଭ୍ୟାକ୍ସିନ

ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍‌ସର୍‌ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।

ବିଜେଡ଼ିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି

ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି।  ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ…

ହଟିଲେ ବିବାଦୀୟ ବିଷ୍ଣୁପଦ ସେଠୀ , ଆଜି ଦିନ ୧୨ଟା ରେ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦେଶ

ଟେଣ୍ଡର ଫିକ୍ସିଂକୁ ନେଇ ସିବିଆଇ ସମନ ପାଇ ଚର୍ଚ୍ଚାରେ ଥିବା ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ମଙ୍ଗଳବାର ଦାୟିତ୍ବରୁ ହଟାଇ ଦେଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଭିନ୍ନକ୍ଷମ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ…

ଦିବା ପହୁଡ଼ ନୀତି : ୩ ଘଣ୍ଟା ଦର୍ଶନ ବନ୍ଦ

ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପହିଲି ଭୋଗ…

 ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଏବଂ ପୁଡୁଚେରୀରେ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶାରେ ପାଗ କୋହଲା ରହିବା ସହ ବୁଧବାର ଦକ୍ଷିଣ…

ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ଏକକ ନିର୍ବାଚନ ବିଲ

ସଂସଦରେ ଆଗତ ପରେ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ଯାଇଛି ଏକକ ନିର୍ବାଚନ ବିଲ। ବିଲ୍ ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଛି ୧୯୮ ଭୋଟ। ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଆଗତ କରିଛନ୍ତି। ବିଲ ଆଗତ ପରେ ଏହାକୁ ଜେପିସିକୁ ପଠାଇ…