ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି

ତିହିଡି, ୧୭.୦୨: ଭଦ୍ରକ ଜିଲ୍ଲା ତିହିଡ଼ି ସିନ୍ଦୋଳ ପଞ୍ଚାୟତ ନୂଆପାଟଣାସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି ହୁଣ୍ଡି ବାକ୍ସରୁ ଲୁଟିନେଲେ ଦୁର୍ବୁ । ମନ୍ଦିରର ମୁଖ୍ୟ ଫାଟକ ଓ ମଧ୍ୟମ ସ୍ଥଳରେ ଲାଗିଥିବା ଗ୍ରୀଲ୍ ଭାଙ୍ଗିବା ପ୍ରଥମେ ହୁଣ୍ଡି ବାକ୍ସକୁ କାବୁ କରିଥିଲେ…

ପୁରୀକୁ ମିଳିବ ବିମାନ ସେବା

ଖୁବଶୀଘ୍ର ପୁରୀ ଶ୍ରୀକ୍ଷେତ୍ରରୁ ବିମାନ ସେବା ପାଇପାରିବେ ଶ୍ରଦ୍ଦାଳୁ । ଏଥିପାଇଁ ଟେଣ୍ଡର ଆହ୍ୱାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପିପିପି ମୋଡରେ ମୋଟ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ଦେଇଛି ଇୟଡକୋ ।…

ହାତ ଛାଡ଼ି ପଦ୍ମ ଧରିବେ କମଲନାଥ

ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବ ନେଇ ଚର୍ଚ୍ଚା ହେଉଛି । ତେବେ କମଲନାଥଙ୍କ ସହିତ ତାଙ୍କ ପୁଅ ତଥା ସାଂସଦ ନକୁଲନାଥ ମଧ୍ୟ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି…

ପାଟିକୁ ମିଠା, ଦେହକୁ ପିତା

ଆଖିକୁ ଆକର୍ଷଣୀୟ ଓ ବଡ଼ ଦିଶୁଥିବା ବମ୍ବେ ମିଠେଇ ପ୍ରତି ବିଶେଷ କରି ପିଲାମାନଙ୍କର ଆଗ୍ରହ କହିଲେ ନସରେ। ତେବେ ଚିନିରୁ ପ୍ରସ୍ତୁତ ହେଉଥିବା ଏହି ମିଠା ସାମଗ୍ରୀକୁ ପୁଡୁଚେରି ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ହାଲୁକା ମିଷ୍ଟାନ୍ନକୁ ପ୍ରସ୍ତୁତ କରିବାରେ ଏକ ବିଷାକ୍ତ ରାସାୟନିକ…

ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷ

ପାଶ୍ଚାତ୍ୟ ଦେଶ ସବୁ କଟକଣା ଜାରି କରିବା ସତ୍ତ୍ବେ ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଦୃଢ଼ ଯୁକ୍ତି ଦର୍ଶାଇ ଯେଉଁ ଉତ୍ତର ଦେଲେ ତାହା ଶୁଣି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ହସି ପକାଥିବା କଥା ‘ଇଣ୍ଡିଆ ଟୁଡେ’…

ପବିତ୍ରା ଓ ଏଜାଜ୍‌ଙ୍କ ଲିଭ୍‌-ଇନ୍‌ ସଂପର୍କ ପୂର୍ଣ୍ଣଚ୍ଛେଦ

ବିଗ୍‌ ବସ୍‌-୧୪’ରୁ ପ୍ରେମ ସଂପର୍କରେ ଥିବା ଲଭ୍‌ବାର୍ଡସ ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ ଏବେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ସେ ଦୁହେଁ ଗତ ୩ ବର୍ଷ ହେବ ଲିଭ୍‌-ଇନ୍‌ ସଂପର୍କରେ ଥିଲେ। ନିକଟରେ ଏକ ସାକ୍ଷାତ୍‌କାରରେ ପବିତ୍ରା ସ୍ପଷ୍ଟ କରିଛନ୍ତି ଯେ, ଗତ ପାଞ୍ଚ ମାସ ହେବ…

ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ

ଭାରତୀୟ ଷ୍ଟକ ମାର୍କେଟରେ ପୁଞ୍ଜି ନିବେଶ କରିଥିବା ବିଦେଶୀ ନିବେଶକମାନେ ଫେବ୍ରୁଆରି ମାସର ପ୍ରଥମ ୧୫ ଦିନରେ ନିଟ୍‌ ୩୭୭୬ କୋଟି ଟଙ୍କାର ଇକ୍ବିଟି ବିକ୍ରି କରିଛନ୍ତି। ଏହାଫଳରେ ୨୦୨୪ରେ ବିଦେଶୀ ନିବେଶକମାନେ ୨୯,୫୨୦ କୋଟି ଟଙ୍କାର ନିବେଶ ରାଶି ଭାରତୀୟ ବଜାରରୁ ଉଠାଇ ନେଇ ସାରିଲେଣି।…

ଦୁଇ ଚକିଆ ଇ-ଯାନର ଚାହିଦା ବଢ଼ୁଛି

ରାଜ୍ୟର ମୋଟ ଯାନ ବିକ୍ରିରେ ଦୁଇ ଚକିଆର ଅଂଶ ପ୍ରାୟ ୮୦ ପ୍ରତିଶତରୁ ଅଧିକ। କିନ୍ତୁ ପୂର୍ବରୁ କେବଳ ପେଟ୍ରୋଲରେ ଚାଲୁଥିବା ଦୁଇ ଚକିଆ ଯାନ ଲୋକମାନେ କିଣୁଥିଲେ। ସେତେବେଳେ ବଜାରରେ କୌଣସି ବିଳକ୍ପ ମଧ୍ୟ ନଥିଲା। କିନ୍ତୁ ଗତ କିଛିବର୍ଷ ହେଲା ଇଲେକ୍ଟ୍ରିକ୍‌ ଯାନର ବିକଳ୍ପ ଉପଲବ୍ଧ ହେଉଛି।…

କ୍ୟାମେରା ମାଟ୍ରିକ ପରୀକ୍ଷାର୍ଥିଙ୍କ ଉପରେ ନଜର ରଖିବ

ଆସନ୍ତା ୨୦ ତାରିଖରୁ ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି । ତେବେ ଏଥର ପରୀକ୍ଷାର୍ଥୀଙ୍କ ଉପରେ ନଜର ରଖିବା ପାଇଁ AIର ସାହାଯ୍ୟ ନେଉଛି ମାଧ୍ୟମିକ ଶିକ୍ଷା ପରିଷଦ ।…

୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି

ରାଜ୍ୟର ବିଭିନ୍ନ ଅଂଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଂଚଳରେ ସକ୍ରୀୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି । ଆଗାମୀ ୩ ଦିନ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରାତି…