ତିହିଡି, ୧୭.୦୨: ଭଦ୍ରକ ଜିଲ୍ଲା ତିହିଡ଼ି ସିନ୍ଦୋଳ ପଞ୍ଚାୟତ ନୂଆପାଟଣାସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି ହୁଣ୍ଡି ବାକ୍ସରୁ ଲୁଟିନେଲେ ଦୁର୍ବୁ । ମନ୍ଦିରର ମୁଖ୍ୟ ଫାଟକ ଓ ମଧ୍ୟମ ସ୍ଥଳରେ ଲାଗିଥିବା ଗ୍ରୀଲ୍ ଭାଙ୍ଗିବା ପ୍ରଥମେ ହୁଣ୍ଡି ବାକ୍ସକୁ କାବୁ କରିଥିଲେ ଦୁର୍ବୁର୍ତ୍ତ । ପରେ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଲୁଟ୍ କରିବା ପରେ ପାଶ୍ୱର୍ରେ କେବଳ ବାକ୍ସକୁ ଛାଡି ଦେଇଛନ୍ତି । ମନ୍ଦିର ଠାରୁ କିଛି ଦୂରରେ ବିଲ ମଝିରେ ହୁଣ୍ଡି ବାକ୍ସର କପଡା ପଡିଥିବା ଜଣାଯାଇଛି । ସମ୍ଭବତଃ ଚୋରମାନେ ହୁଣ୍ଡି ବାକ୍ସରେ ଥିବା ଦାନ ଟଙ୍କା ନେଇ ସେଠାରେ କପଡା ଛାଡି ପଳେଇ ଯାଇଛନ୍ତି । କେବଳ ସେତିକି ନୁହେଁ ମନ୍ଦିରର ଗର୍ଭଗୃହର ଦ୍ୱାରରେ ପଡିଥିବା ତାଲା ଭଙ୍ଗା ଯାଇଛି । ତାଲା ଭଙ୍ଗା ଯିବା ପରେ ଲକ୍ଷ୍ମୀନାରାୟଣଙ୍କ ପ୍ରକୋପରେ ସେଠାରୁ ଅଳଙ୍କାର ଲୁଟ୍ କରିବାକୁ ସାହସ କରିନଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଗ୍ରାମବାସୀଙ୍କ ଆଗମନରେ ସମ୍ଭବତଃ ଚୋରମାନେ ଅଳଙ୍କାର ଲୁଟ୍ କରିବାକୁ ପଛଘୁଞ୍ଚା ଦେଇଥିବା ମଧ୍ୟ କୁହାଯାଉଛି । ୩ ମାସରୁ ଉର୍ଦ୍ଧ ହେବ ହୁଣ୍ଡି ବାକ୍ସ ଖୋଲା ଯାଇନଥିଲା । ୨୦ରୁ ୨୫ ହଜାର ଟଙ୍କା ଲୁଟ୍ ହୋଇଥିବା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଭୋରୁ୍ ସ୍ଥାନୀୟ ଲୋକେ ଦେଖିବା ପରେ ଘଟଣା ପଦାକୁ ଆସିଥିଲା । ପୀରହାଟ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଅନୁସନ୍ଧାନ ଆରମ୍ଭ କରିଛି । ଶହେ ବର୍ଷରୁ ଉର୍ଦ୍ଧ ହେବ ନୂଆପାଟଣାରେ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ପୂଜା ପାଇଆସୁଛନ୍ତି । ପ୍ରଥମେ ଧୂଳିଆ ଘରେ ପୂଜା ପାଉଥିଲେ ଏବଂ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଭକ୍ତ ଆର୍ଥିକ ସହଯୋଗ କ୍ରମେ ଏକ ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ । ଗ୍ରୀଟ୍ ଗେଟ୍ ସହ ଗର୍ଭଗୃହରେ ଯାଉଁଳି କବାଟ ଲାଗିଛି । ଏହାସତ୍ୱେ ମଧ୍ୟ ଚୋରମାନେ ଲୁଟ୍ କରିବାକୁ ବି ପଛେଇ ନାହାଁନ୍ତି । ଚୋରୀର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ମ୍ୟାନେଜିଂ ଟ୍ରଷ୍ଟି କପିଳେନ୍ଦ୍ର ବାରିକ ଓ ସଭାପତି କାଳନ୍ଦି ଦାସ ଲିଖିତଭାବେ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ପୋଲିସ ତଦନ୍ତ ସମୟରେ ମନ୍ଦିର ପରିଚାଳନା କମିଟିର ପ୍ରଦୀପ ଦାସ, ସରପଞ୍ଚ ସୁପ୍ରଭା ପାଣି, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ଅରୁଣ ବାରିକ, ନାରାୟଣ ଚନ୍ଦ୍ର ପୃଷ୍ଟି, ନନ୍ଦକିଶୋର ବାରିକ, ଘନଶ୍ୟାମ ପରିଡା, ରାଧାଶ୍ୟାମ ଦାସ, ସୁଧାକର ଜେନା, ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ପରିଡା, ଚିତ୍ତରଞ୍ଜନ ବାରିକ, କପିଳେନ୍ଦ୍ର ପରିଡା, ପ୍ରତାପ ଲେଙ୍କା, ପ୍ରହ୍ଲାଦ ଲେଙ୍କା, ଶଂକର୍ଷଣ ଜେନା, ସନାତନ ବାରିକ, ସୁଦର୍ଶନ ନାୟକ, ରତିକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ଚୋରମାନଙ୍କୁ ଧରିବାକୁ ଦାବି କରିଛନ୍ତି । ତେବେ ମନ୍ଦିରରେ ସିିସିଟିଭି କ୍ୟାମେରା ଖଞ୍ଜା ଯାଇନଥିବା ନେଇ ପୋଲିସ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ଏକ ବଡ ଅନୁଷ୍ଠାନର କର୍ମକର୍ତ୍ତମାନେ ସଚେତନ ହୋଇଥିଲେ ଏପରି ଦୁଃଖଦ ଘଟଣା ଘଟିପାରି ନଥାଆନ୍ତା ବୋଲି ମତପ୍ରକାଶ ପାଇଛି । ମଧ୍ୟାହ୍ନରେ ବାଲେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ଓ ପୀରହାଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସେମିତି କୌଣସି ସୂରାକ୍ ପାଇନଥିବା ଶୁଣିବାକୁ ମିଳୁଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ