ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ,ଆସନ୍ତା କାଲି ସେ ମୁଖମନ୍ତ୍ରୀ ପଦ ପାଇଁ ନେବେ ଶପଥ

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଲଚଲ। ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଶୁକ୍ରବାର କୋଲକାତାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ସେ ମୁଖମନ୍ତ୍ରୀ ପଦ ପାଇଁ ଶପଥ ନେବେ।

ସୂଚନାଥାଉକି, ଭବାନୀପୁର ହଟ୍ ସିଟ୍‌ରେ ମମତା ବାନାର୍ଜୀଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇବା ପରେ ତାଙ୍କୁ ଏହି ପଦ ପାଇଁ ସବୁଠୁ ଅଧିକ ଦାବିଦାର ବୋଲି କୁହାଯାଉଥିଲା। ଚର୍ଚ୍ଚା ଏହା ମଧ୍ୟ କରାଯାଉଥିଲା ଯେ, ରାଜ୍ୟରେ ସନ୍ତୁଳନ ପାଇଁ ଦୁଇ ଡେପୁଟି ସିଏମ ମଧ୍ୟ ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ ରବି ରାଜ୍ୟ ବିଧାନସଭା ଭଙ୍ଗ କରିଥିଲେ।

Leave a comment