ମହାରାଷ୍ଟ୍ର ରାଜନୀତି କିଛିିଦିନ ଧରି ସ୍ଥିର ରହିବା ପରେ ପୁଣି ହଲଚଲ ଆରମ୍ଭ ହୋଇଛି । ଉଦ୍ଧବ ଠାକରେଙ୍କ ଶିବସେନା ଓ ଅଜିତ୍ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଆଗାମୀ ପଞ୍ଚାୟତ ନିର୍ବାଚନରେ ମେଣ୍ଟରେ ଲଢ଼ିବେ ବୋଲି ଔପଚାରିକ ଭାବେ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ଏଭଳି ନିଷ୍ପତ୍ତି ରାୟଗଡ଼ ଜିଲ୍ଲାର କର୍ଜତରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ପରେ ସ୍ଥିର ହୋଇଛି କି,ଜିଲ୍ଲାର ଆଗାମୀ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ନଗର ପରିଷଦ ନିର୍ବାଚନରେ ମେଣ୍ଟରେ ଲଢିବେ ।ରାୟଗଡ଼ରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଓ ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ରାଜନୈତିକ ଲଢ଼େଇ ଜାରି ରହିଛି । ଏହାକୁ ପାଲକମନ୍ତ୍ରୀ ପଦ ବିବାଦ ବୋଲି ସମସ୍ତେ ଜାଣିଛନ୍ତି । ରାଷ୍ଟ୍ରବାଦୀ କଂଗ୍ରେସ ସାଂସଦ ସୁନିଲ ତଟକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀର ନେତା ଭରତ ଗୋଗାବଲେ ମଧ୍ୟରେ ଲଗାତାର ଭାବେ ଆରୋପ ପ୍ରତ୍ୟାରୋପ ଚାଲିଛି । ଯାହାକୁ ନେଇ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଶନିବାର ଦିନ ରେଡିସନ ବ୍ଲୁ ହୋଟେଲରେ ଅଜିତ ପାୱାରଙ୍କ ଦଳର ବରିଷ୍ଠ ନେତା ଓ ଉଦ୍ଧବ ଠାକରେ ଗୋଷ୍ଠୀର ବରିଷ୍ଠ ନେତାଙ୍କ ଏକ ବୈଠକ ହୋଇଥିଲା । ଏଠାରେ ମିଳିତ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁଧାକର ଘାରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଅଳ୍ପ ଭୋଟ ଅନ୍ତରରେ ପରାଜିତ ହୋଇଥିଲେ । ସେହିଭଳି ଉଦ୍ଧବ ଠାକରେଙ୍କ ଶିବସେନା ତରଫରୁ ନୀତିନ ସାୱନ୍ତ ତୃତୀୟ ସ୍ଥାନରେ ଥିଲେ । ଏବେ ଉଭୟ ଦଳ ଏକାଠି ନିର୍ବାଚନ ଲଢି ଏକନାଥ ସିନ୍ଦେ ଗୋଷ୍ଠୀକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ।ଉଦ୍ଧବ ଗୋଷ୍ଠୀ ଓ ଅଜିତ୍ ପାୱାର ଗୋଷ୍ଠୀ ମେଣ୍ଟରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେବା ପରେ ଏକନାଥ ସିନ୍ଦେଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । କାରଣ ଏବେ ବି ରାଜ୍ୟରେ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ୍ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ବିଜେପି ସହ ମିଳିତ ସରକାରରେ ରହିଛନ୍ତି । ଏକନାଥ ସିନ୍ଦେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଅଜିତ୍ ପାୱାର ଅର୍ଥମନ୍ତ୍ରୀ ପଦରେ ରହିଛନ୍ତି । ଏହି ପଂଚାୟତ ନିର୍ବାଚନ ପାଇଁ ମେଣ୍ଟ ଆଗକୁ ରାଜ୍ୟରେ ଥିବା ମେଣ୍ଟ ସରକାର ଉପରେ ପ୍ରଭାବ ପକାଇବନି ତ ?
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ