ବିହାରରେ ବିଧାନସଭା ନିର୍ବାଚନ ନେଇ ଆଜି ଦିନକୁ ସୁପର ଶନିବାର କୁହାଯାଉଛି । ଏନଡିଏ ସମେତ ମହାଗଠବନ୍ଧନର ବଡ଼ ନେତାମାନେ ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ପ୍ରିୟଙ୍କା ଆଜି ଦୁଇଟି ନିର୍ବାଚନୀ ରାଲିରେ ଯୋଗଦେବାର ଥିଲେ ମଧ୍ୟ ବର୍ଷା ଯୋଗୁ ଗୋଟିଏ ରାଲି ବାତିଲ ହୋଇଛି ।ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ମଝିରେ ଆଉ ମାତ୍ର ତିନିଦିନ । ଏନଡିଏ ଏବଂ ମହାଗଠବନ୍ଧନର ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବିହାରରେ ପ୍ରଚାର କରିଛନ୍ତି । ବେଗୁସରାଇର ବଛୱାଡ଼ାରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ଏନଡିଏ ସରକାରକୁ ସମାଲୋଚନା କରି ନୂଆ ବିହାର ଗଠନ ପାଇଁ ମହାଗଠବନ୍ଧନକୁ ଜିତାଇବାକୁ ଲୋକଙ୍କୁ ନିବେଦନ କରିଥିଲେ ପ୍ରିୟଙ୍କା ।ଏନଡିଏ ପକ୍ଷରୁ ଅମିତ ଶାହ ଏବଂ ଜେ.ପି ନଡ୍ଡା ଆଜି ବିହାରର ଏକାଧିକ ସ୍ଥାନରେ ପ୍ରଚାର କରିଥିଲେ । ନୀତୀଶ କୁମାର ମଧୁବନୀ, ଦରଭଙ୍ଗା ଓ ଶିବହରରେ ପ୍ରଚାର କରିଥିବା ବେଳେ ଜେଡିୟୁ ପକ୍ଷରୁ ନୀତୀଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛଡ଼ାଯାଇଛି । ଭିଡିଓରେ ନୀତୀଶ କୁମାର କହିଛନ୍ତି, ୨୦୦୫ରେ ତାଙ୍କ ସରକାର ଆସିବା ପରେ ରାଜ୍ୟରେ ଆଇନଶୃଙ୍ଖଳାରେ ଉନ୍ନତି ଘଟିଛି । ସବୁ ବର୍ଗର ଲୋକଙ୍କ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଡବଲ-ଇଞ୍ଜିନ ସରକାର ଦ୍ୱାରା ବିକାଶ ଜାରି ରଖିବା ପାଇଁ ପୁଣି ଏନଡିଏକୁ ଭୋଟ୍ ଦେବାକୁ ନୀତୀଶ କୁମାର ଅନୁରୋଧ କରିଛନ୍ତି ।ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଆଜି ୧୬ଟି ନିର୍ବାଚନୀ ରାଲିରେ ଯୋଗଦେଇଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ମହାଗଠବନ୍ଧନ ପାଇଁ ପ୍ରଚାର କରିଥିଲେ ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Next Post