ସବୁଠାରୁ ଅଧିକ ଉଜ୍ଜ୍ୱଳ ଡିସପ୍ଲେ ଥିବା ଫ୍ଲାଗଶିପ୍ ଫୋନ୍ ଲଞ୍ଚ କଲେ Huawei
Huawei ବିଶ୍ୱର ସବୁଠାରୁ ଅଧିକ ଉଜ୍ଜ୍ୱଳ ଡିସପ୍ଲେ ଥିବା ଫ୍ଲାଗଶିପ୍ ଫୋନ୍ ଲଞ୍ଚ କରିଛି । ଚୀନର ଏହି କମ୍ପାନୀର ଫୋନରେ ୧୨,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଥିବା ଡିସପ୍ଲେ ଦିଆଯାଇଛି । ଏହି ଫୋନରେ ୨୦୦MP କ୍ୟାମେରା ମଧ୍ୟ ରହିଛି । ଏହା ସହିତ ଫୋନରେ OLED ଡିସପ୍ଲେ, ପାୱାରଫୁଲ୍ ବ୍ୟାଟେରୀ ଭଳି ଅନେକ ଫିଚର୍ସ ମିଳୁଛି । କମ୍ପାନୀ ନିକଟରେ ନିଜର ଟ୍ରିପଲ୍ ଫୋଲ୍ଡେବଲ୍ ଫୋନ୍ Mate XT 2 ମଧ୍ୟ ଲଞ୍ଚ କରିଛି ।
ଫିଚର୍ସ:
Huaweiର ଏହି ଫ୍ଲାଗଶିପ୍ ଫୋନ୍ ୬.୯ ଇଞ୍ଚର ଡୁଆଲ୍-ଲେୟର୍ OLED ଡିସପ୍ଲେ ସହ ଆସୁଛି । ଏହି ଫୋନର ଡିସପ୍ଲେ ରେଜଲୁସନ୍ 2848 x 1320 ପିକ୍ସେଲ୍ ରହିଛି । ଡିସପ୍ଲେ 144Hz ରିଫ୍ରେଶ୍ ରେଟ୍ ଏବଂ ୧୨,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଡିସପ୍ଲେର ପ୍ରୋଟେକ୍ସନ ପାଇଁ Kunlun Glass ଦିଆଯାଇଛି । ସେହିପରି, ଏହାର Collector Editionରେ Basalt Kunlun Glass ପ୍ୟାନେଲର ପ୍ରୋଟେକ୍ସନ୍ ମିଳୁଛି । Huaweiର ଏହି ଫ୍ଲାଗଶିପ୍ ଫୋନରେ Kirin 9050 Pro ଚିପସେଟ୍ ଦିଆଯାଇଛି । ଏହା ସହିତ 16GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳୁଛି । ଫୋନରେ 6,800mAhର ପାୱାରଫୁଲ୍ ବ୍ୟାଟେରୀ ଏବଂ ୧୦୦W ୱାୟାର୍ଡ ଚାର୍ଜିଂ ସପୋର୍ଟ ଦିଆଯାଇଛି । ଏହା ସହିତ ୫୦W ୱାୟାରଲେସ୍ ଚାର୍ଜିଂର ସୁବିଧା ମଧ୍ୟ ରହିଛି । ଏହି ଫୋନ୍ HarmonyOS 7ରେ ଚାଲିଥାଏ । ଏଥିରେ IP68/IP69 ରେଟିଂ ମିଳୁଛି । ଅର୍ଥାତ୍ ପାଣିର ସଂସ୍ପର୍ଶରେ ଆସିଲେ ମଧ୍ୟ ଫୋନ୍ ସହଜରେ ଖରାପ ହେବ ନାହିଁ ।
କନେକ୍ଟିଭିଟି ପାଇଁ ଏହି ଫୋନରେ Wi-Fi 7, Bluetooth 6.0, StarLight E2.0, NFC ଏବଂ eSIMର ସପୋର୍ଟ ମିଳୁଛି । ଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ 50MPର ମେନ୍ OIS କ୍ୟାମେରା ରହିଛି । ଏହା ସହିତ ୨୦୦MPର ପେରିସ୍କୋପ୍ ଟେଲିଫୋଟୋ କ୍ୟାମେରା ଏବଂ ୪୦MPର ଅଲ୍ଟ୍ରା-ୱାଇଡ୍ କ୍ୟାମେରା ମିଳୁଛି। ଫୋନରେ 4x ଅପ୍ଟିକାଲ୍ ଏବଂ 8x ଅପ୍ଟିକାଲ୍ ଜୁମ୍ ପର୍ଯ୍ୟନ୍ତ ସପୋର୍ଟ ମିଳିବ।
ପ୍ରାଇସ୍:
Huaweiର ଏହି ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ ହୋଇଛି ଯାହା ହେଉଛି- ୧୨GB RAM + ୫୧୨GB ଷ୍ଟୋରେଜ୍ ଏବଂ 16GB RAM + 512GB ଷ୍ଟୋରେଜରେ ଉପଲବ୍ଧ ହେଉଛି । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧,୩୬,୨୦୦ ଟଙ୍କା । ସେହିପରି, ଏହାର ଟପ୍ ଭାରିଆଣ୍ଟ୍ର ମୂଲ୍ୟ ୧,୪୩,୪୦୦ ଟଙ୍କା ରହିଛି । ଏଥିସହ ଏହି ଫୋନକୁ ୪ଟି କଲର ଅପ୍ସନରେ ଘରକୁ ଆଣିପାରିବେ ଯାହା ହେଉଛି- Rose Gold, Jade Green, Crystal White ଏବଂ Obsidian Black ।
କମ୍ପାନୀ ଏହାର Collector Edition ମଧ୍ୟ ଲଞ୍ଚ କରିଛି । Collector Editionର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧,୫୭,୭୦୦ ଟଙ୍କା ଏବଂ ଏହାର ଟପ୍ ଭାରିଆଣ୍ଟ୍ର ମୂଲ୍ୟ ୧,୮୬,୪୦୦ ଟଙ୍କା ରହିଛି । ଏହି ଏଡିସନ୍ 16GB RAM + 512GB ଷ୍ଟୋରେଜ୍ ଏବଂ 16GB RAM + 1TB ଷ୍ଟୋରେଜ୍ ଭାରିଆଣ୍ଟ୍ରେ ଉପଲବ୍ଧ ହେଉଛି । ଏଥିସହ ଯଦି ଆପଣ ମଧ୍ୟ ଏହିପରି ଏକ ଦମଦାର୍ ସ୍ମାର୍ଟଫୋନ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।