OnePlus 13s ର ଏକ ନୂଆ 16GB RAM ଭାରିଆଣ୍ଟ ଲଞ୍ଚ କରିଛି,ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

 OnePlus ଏହାର ଗତ ବର୍ଷର କମ୍ପାକ୍ଟ ଫ୍ଲାଗସିପ୍ ଫୋନ୍, OnePlus 13s ର ଏକ ନୂଆ 16GB RAM ଭାରିଆଣ୍ଟ ଲଞ୍ଚ କରିଛି । ଏହି ଫୋନ୍ ଏକ Qualcomm Snapdragon 8 Elite ଚିପସେଟ୍ ସହିତ ଆସିଥାଏ । ପୂର୍ବରୁ, କମ୍ପାନୀ ଏହାକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ପ୍ରଦାନ କରିଥିଲା, ଯାହା ହେଉଛି 12GB RAM + 256GB ଷ୍ଟୋରେଜ୍ ଏବଂ 12GB RAM + 512GB ଷ୍ଟୋରେଜ୍ । ଏହା ଫୋନର ସବୁଠାରୁ ପ୍ରିମିୟମ୍ ଷ୍ଟୋରେଜ୍ ଭାରିଆଣ୍ଟ ।

ଫିଚର୍ସ:
ଏହି କମ୍ପାକ୍ଟ ଫ୍ଲାଗସିପ୍ ଫୋନରେ ୬.୩୨-ଇଞ୍ଚ 1.5K LTPO AMOLED ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ୍ 1216 x 2640 ପିକ୍ସେଲ । ଏହି ଡିସପ୍ଲେ 120Hz ରିଫ୍ରେସ୍ ରେଟ୍ ଏବଂ ୧୬୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଡିସପ୍ଲେରେ AquaTouch 2.0 ଫିଚର୍ସ ଅଛି, ଯାହା ଏହାକୁ ଓଦା ଥିବା ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ ।

OnePlus 13s ରେ Qualcomm Snapdragon 8 Elite ଚିପସେଟ୍ ଅଛି, ଯାହା 16GB ପର୍ଯ୍ୟନ୍ତ RAM ଏବଂ 512GB ଷ୍ଟୋରେଜ୍ ସହିତ ଆସିଥାଏ । ଏହି ସ୍ମାର୍ଟଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟ୍ ଅପ୍ ରହିଛି, ଯେଉଁଥିରେ ୫୦MP ପ୍ରାଇମେରୀ OIS କ୍ୟାମେରା ଏବଂ 2x ଅପ୍ଟିକାଲ୍ ଜୁମ୍ ସହିତ 50MP ଟେଲିଫଟୋ କ୍ୟାମେରା ରହିଛି । ଏଥିରେ 32MP ସେଲ୍ଫି କ୍ୟାମେରା ମଧ୍ୟ ରହିଛି ।

ଏହି ସ୍ମାର୍ଟଫୋନଟି ଏକ ପାୱାରଫୁଲ୍ 5850mAh ବ୍ୟାଟେରୀ ସହିତ ଲେସ୍ । ଏଥିରେ ୮୦W ୱାୟର୍ଡ ଫାଷ୍ଟ ଚାର୍ଜିଂ ମଧ୍ୟ ରହିଛି । ଫୋନରେ ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଫିଚର୍ସ ଅଛି । ଏହା Android 15 ଉପରେ ବେସ୍ହ OxygenOS 15 ରେ ଚାଲିଥାଏ । କନେକ୍ଟିଭିଟି ପାଇଁ, କମ୍ପାନୀ WiFi 7, Bluetooth 7, NFC, ଏବଂ NavIC ଭଳି ପାୱାରଫୁଲ୍ ଫିଚର୍ସ ପ୍ରଦାନ କରିଛି । କମ୍ପାନୀ ଖୁବ୍ ଶୀଘ୍ର OnePlus 16 ଲଞ୍ଚ କରିବାକୁ ଯାଉଛି ।

ପ୍ରାଇସ୍:
ଏହି ସ୍ମାର୍ଟଫୋନର 16GB RAM ଭାରିଆଣ୍ଟ ଭାରତରେ ୬୮,୯୯୯ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଛି । ଏହି ଫୋନଟି ୧୬GB RAM + ୫୧୨GB ଷ୍ଟୋରେଜକୁ ମଧ୍ୟ ସପୋର୍ଟ କରିବ। ଏହାକୁ ବ୍ଲାକ୍ ଭେଲଭେଟ ଏବଂଗ୍ରୀନ୍ ସିଲ୍କ କଲର ଅପ୍ସନରେ କିଣାଯାଇପାରିବ । ଏହାର 12GB RAM + 256GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୫୪,୯୯୯ ଟଙ୍କା । ଏହି ଦୁଇଟି କଲର ଅପ୍ସନ ବ୍ୟତୀତ, ଏହାକୁ ଗୋଲାପୀ ସାଟିନରେ ମଧ୍ୟ କିଣାଯାଇପାରିବ । ଏହାର 12GB RAM + 512GB ଭାରିଆଣ୍ଟର ମୂଲ୍ୟ ରହିଛି ୫୯,୯୯୯ ଟଙ୍କା ।

Leave a comment