୩କୋଟି ୫୦ ଲକ୍ଷ ଚାକିରି ଦେବେ କେନ୍ଦ୍ର ସରକାର
ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ୧ ଲକ୍ଷ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ସୃଷ୍ଟି ହେବ ୩କୋଟି ୫୦ ଲକ୍ଷ ଚାକିରି । ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବଢୁଥିବାରୁ ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଅଗଷ୍ଟ ୧ରୁ ୨୦୨୭ ଜୁଲାଇ ୧୭ ତାରିଖ ମଧ୍ୟରେ ଏହି ନିଯୁକ୍ତି ମିଳିବ । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିହାର ପରେ ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଶିଳ୍ପପତିମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ଘୋଷଣା କରାଯାଇଛି । ଏହି ଯୋଜନାରେ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି । ପ୍ରଥମରେ ପ୍ରଥମ ଥର ପାଇଁ ଚାକିରି ଖୋଜୁଥିବା ଯୁବପିଢିଙ୍କ ଉପରେ ଗୁରୁତ୍ବ ଦିଆଯାଇଛି । ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଯେପରି ମିଳିବ ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଦ୍ବିତୀୟରେ ଉତ୍ପାଦନକାରୀ ସଂସ୍ଥାରେ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାରଙ୍କ ତରଫରୁ ନୂଆ ନିଯୁକ୍ତଙ୍କୁ ଦୁଇ ବର୍ଷ ପାଇଁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୋନୋସ୍ ମିଳିବ ।