ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ନିଜ ହଜାଇଛି ଟେକ୍ ସେକ୍ଟରରେ ଆସିଥିବା ଛଟେଇର ନୂଆ ଲହର

ଆମେରିକାର ଟେକ୍ ସେକ୍ଟରରେ ଆସିଥିବା ଛଟେଇର ନୂଆ ଲହର ସେଠାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ନିଜ ହଜାଇଛି । ଭାରତୀୟ ଇଞ୍ଜିନିୟର ଓ ସଫ୍ଟୱେର ଡେଭଲପର୍ସଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଯେଉଁମାନେ ବର୍ଷ ବର୍ଷ ଧରି ଆମେରିକା କାମ କରୁଛନ୍ତି, ଘର କିଣି ସାରିଛନ୍ତି ଓ ନିଜ ପରିବାର ସହ ସେଠାରେ ବାସ କରୁଛନ୍ତି, ସେମାନଙ୍କ ପାଇଁ କମ୍ପାନିରୁ ଆସିଥିବା ଗୋଟିଏ ଇ-ମେଲ୍ ସବୁକିଛି ବଦଳାଇ ଦେଇଛି ।

ମେଟା, ଆମାଜନ୍ ଓ ଲିଙ୍କଡଇନ୍ ପରି ବଡ଼ ଟେକ୍ କମ୍ପାନିରେ ଏଆଇ ଓ ଅଟୋମେସନ୍ କାରଣରୁ ବଡ଼ ଧରଣରେ ଛଟେଇ ହେଉଛି । ଭାରତୀୟ ବୃତ୍ତିଧାରୀଙ୍କ ପାଇଁ ନିଯୁକ୍ତି ଯିବାର ଅର୍ଥ କେବଳ ଆର୍ଥିକ କ୍ଷତି ନୁହେଁ ବରଂ ଦେଶ ଛାଡ଼ିବା ପାଇଁ କାଉଣ୍ଟଡାଉନ ଆରମ୍ଭ ।

ସଂକଟରେ H-1B ଭିସା ଧାରକ

ଆମେରିକାରେ କାମ କରୁଥିବା ଅଧିକାଂଶ ଭାରତୀୟ ଟେକ୍ ପ୍ରଫେସନାଲ୍ H-1B ଭିସାରେ ଅଛନ୍ତି । ଏହା ସିଧାସଳଖ ସେମାନଙ୍କ କମ୍ପାନି ସହ ଜଡ଼ିତ । ଚାକିରି ଯିବା ପରେ ସେମାନଙ୍କ ସାମନାରେ ୬୦ ଦିନର ଅବଧି ସରିବା ଆରମ୍ଭ ହୁଏ । ଆମେରିକା ଇମିଗ୍ରେସନ ନିୟମ ଅନୁସାରେ, ସେମାନଙ୍କୁ ଭିସା ଟ୍ରାନ୍ସଫର କରିବା ପାଇଁ କୌଣସି ଅନ୍ୟ କମ୍ପାନି ଖୋଜିବା ପାଇଁ କମ ସମୟ ମିଳିଥାଏ । ଯଦି ଏହି ସମୟ ମଧ୍ୟରେ ସେମାନେ ନୂଆ ଚାକିରି ଖୋଜିବାରେ ବିଫଳ ହୁଅନ୍ତି, ତେବେ ଆଇନତଃ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ ।

୬୦ ଦିନିଆ H-1B ନିୟମ କ’ଣ?

ଆମେରିକାର ନାଗରିକତା ଏବଂ ପ୍ରବାସନ ସେବା ନିୟମାବଳୀ ଅନୁଯାୟୀ, ଚାକିରିରୁ ବହିଷ୍କୃତ H-1B କର୍ମଚାରୀମାନେ ସାଧାରଣତଃ ୬୦ ଦିନର ଗ୍ରେସ୍ ପିରିୟଡ୍ କିମ୍ବା ସେମାନଙ୍କର I-94 ସ୍ଥିତି ବୈଧ ଥିବା ପର୍ଯ୍ୟନ୍ତ ରହିପାରିବେ । ଏହି ୬୦ ଦିନର ଅବଧି କର୍ମଚାରୀଙ୍କ ଶେଷ କାର୍ଯ୍ୟ ଦିବସରେ ଆରମ୍ଭ ହୁଏ । ଏହି ସମୟ ମଧ୍ୟରେ ସେମାନେ ନୂଆ ଚାକିରି ଖୋଜିପାରିବେ, ଅନ୍ୟ ଭିସା ବର୍ଗ ପାଇଁ ଆବେଦନ କରିପାରିବେ କିମ୍ବା ଦେଶ ଛାଡିବାକୁ ବାଧ୍ୟ ହେବ ।

ମାନ୍ଦାବସ୍ଥା ଏବଂ ନିଯୁକ୍ତି ସଂକଟ ଯୋଗୁଁ ଏହି ଦୁଇ ମାସର ଅବଧି ଶୀଘ୍ର ସରିଯାଏ । ଅନେକ ଜଣ ସମୟ ବୃଦ୍ଧି କରିବା ପାଇଁ ଅସ୍ଥାୟୀ ଭାବରେ ବି-୨ ପର୍ଯ୍ୟଟକ ଭିସାକୁ ପରିବର୍ତ୍ତନ କରିବାକୁ ପସନ୍ଦ କରନ୍ତି । କିନ୍ତୁ ସାମ୍ପ୍ରତିକ ରିପୋର୍ଟ ଦର୍ଶାଉଛି ଯେ ଆମେରିକୀୟ ଅଧିକାରୀମାନେ ଏବେ ଏପରି ଆବେଦନଗୁଡ଼ିକୁ ଅଧିକ ଭଲ ଭାବରେ ଯାଞ୍ଚ କରୁଛନ୍ତି ଏବଂ ଅତିରିକ୍ତ ଡକ୍ୟୁମେଣ୍ଟେସନ୍ ଦାବି କରୁଛନ୍ତି ।

ସିଲିକନ୍ ଭ୍ୟାଲିରେ ବ୍ୟାପକ କର୍ମଚାରୀ ଛଟେଇ

ଡାଟା ସାଇଟ୍ Layoffs.fyi ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଟେକ୍ ସେକ୍ଟରରେ ୧,୧୦,୦୦୦ରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି । ଏଥିରୁ ଅଧିକାଂଶ ବିଦେଶୀ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଅଧିକ । ଆର୍ଥିକ ବର୍ଷ ୨୦୨୫ ପାଇଁ ଆମେରିକୀୟ ସରକାରଙ୍କ ତଥ୍ୟ ଦର୍ଶାଉଛି ଯେ ଭାରତୀୟମାନଙ୍କ ପାଖରେ H-1B ଭିସା ରହିଛି ।

ମେଟା ଭଳି କମ୍ପାନିଗୁଡ଼ିକ ଛଟେଇ ବଦଳରେ ୧୬ ସପ୍ତାହର ମୂଳ ଦରମା ଏବଂ ଦୁଇ ଅତିରିକ୍ତ ସପ୍ତାହର ଦରମା ପ୍ରଦାନ କରୁଛନ୍ତି । ୧୮ ମାସର ସ୍ୱାସ୍ଥ୍ୟସେବା କଭରେଜ୍ ମଧ୍ୟ ପ୍ରଦାନ କରୁଛନ୍ତି । ଆର୍ଥିକ ସହାୟତା ସତ୍ତ୍ୱେ ଭିସା ଅନିଶ୍ଚିତତା ପ୍ରବାସୀଙ୍କ ଚିନ୍ତା ବଢାଉଛି । ଗ୍ରୀନ କାର୍ଡ ଥିବା ଭାରତୀୟମାନେ ଚାକିରି ହରାଇଲେ ମଧ୍ୟ ଆମେରିକାରେ ରହିପାରିବେ ।

 

Leave a comment