ସୂଚନା ପ୍ରଯୁକ୍ତି (ଆଇଟି) ନିଯୁକ୍ତି ସୃଷ୍ଟି କରିବାରେ ରାଜଧାନୀ ଭୁବନେଶ୍ବର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ କରି ନଲେଜ୍ ପ୍ରୋସେସ୍ ଆଉଟ୍ସୋର୍ସିଂ (କେପିଓ) ବର୍ଗରେ ଏଠାରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଫିନ୍ଟେକ୍ ପ୍ଲାଟଫର୍ମଗୁଡ଼ିକର ଅଭିବୃଦ୍ଧି ବଳରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଭୁବନେଶ୍ବରରେ କେପିଓ ନିଯୁକ୍ତି ୨୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଟିମ୍ଲିଜ୍ର ଏକ ରିପୋର୍ଟରୁ ଜଣାପଡ଼ିଛି। ଭୁବନେଶ୍ବର ସମେତ ଇନ୍ଦୋର, ଉଦୟପୁର, ଭାଇଜାଗ, ଲକ୍ଷ୍ନୌ, ଅହମଦାବାଦ, ଭଦୋଦରା ଓ ୱାରାଙ୍ଗଲରେ ସରକାରୀ ଅଭିଯାନ, ଆଇଟି ଭିତ୍ତିଭୂମିରେ ନିବେଶ ଏବଂ ବିଶ୍ବସ୍ତରୀୟ କମ୍ପାନିଗୁଡ଼ିକ ସେମାନଙ୍କ ଉପସ୍ଥିତି ବଢ଼ାଉଥିବାରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଫିନ୍ଟେକ୍ ଅଭିବୃଦ୍ଧି ପାଇଁ ଭୁବନେଶ୍ବରରେ କେପିଓ ନିଯୁକ୍ତି ବଢ଼ୁଥିବା ସିଆଇଏଲ୍ ଏଚ୍ଆର୍ର ସିଇଓ ଆଦିତ୍ୟ ନାରାୟଣ ମିଶ୍ର କହିଛନ୍ତି। ବଡ଼ ସହରଗୁଡ଼ିକରେ ଷ୍ଟାର୍ଟଅପ୍ଗୁଡ଼ିକ ବଡ଼ ସଂସ୍ଥା ପାଇଁ ଆହ୍ବାନ ସୃଷ୍ଟି କରିଛନ୍ତି। ସେଥିପାଇଁ ଅଧିକାଂଶ ପ୍ରତିଷ୍ଠିତ କମ୍ପାନି ନିଜ କାର୍ଯ୍ୟାଳୟଗୁଡ଼ିକ ପାଇଁ ସ୍ଥାନୀୟ ଇଞ୍ଜିନିୟରିଂ କଲେଜରୁ ପିଲାମାନଙ୍କୁ ନିଯୁକ୍ତି ଦେଉଛନ୍ତି। ବର୍ତ୍ତମାନ ସମୟରେ ଫୁଲ୍ ଷ୍ଟାକ୍ ଡେଭେଲପର୍, ଏଆଇ ଓ ମେସିନ୍ ଲର୍ଣ୍ଣିଂ ଇଞ୍ଜିନିୟର, ସାଇବର ନିରାପତ୍ତା ଆନାଲିଷ୍ଟ ଓ କ୍ଲାଉଡ୍ ଆନାଲିଷ୍ଟ ଚାକିରିର ଚାହିଦା ରହିଛି। ଉତ୍ପାଦ ଇଞ୍ଜିନିୟରିଂ ସଂସ୍ଥା ଓ ଗ୍ଲୋବାଲ କାପାବିଲିଟି ସେଣ୍ଟରଗୁଡ଼ିକ ଅଧିକ କର୍ମଚାରୀ ନିଯୁକ୍ତ କରୁଛନ୍ତି।
ଏହି ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଆଇଟି ନିଯୁକ୍ତି ବଢ଼ାଇବାରେ ଛୋଟ ସହରଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚଳିତ ବର୍ଷର ଜାନୁଆରିରୁ ଜୁନ୍ ଭିତରେ ଏହି ସହରଗୁଡ଼ିକରେ ନିଯୁକ୍ତି ୫୦ ପ୍ରତିଶତ ବଢ଼ିଛି। ଏହା ତୁଳନାରେ ବେଙ୍ଗାଲୁରୁ, ଦିଲ୍ଲୀ ଭଳି ବଡ଼ ସହରରେ ଆଇଟି ନିଯୁକ୍ତି ମାତ୍ର ୧୨-୧୫% ବଢ଼ିଛି। ଉଦୟପୁର, ଭାଇଜାଗ, କୋଏମ୍ବାଟୁର, ନାଗପୁର ଆଦି ସହର ନିଯୁକ୍ତି ସୃଷ୍ଟିରେ ଆଗରେ ରହିଛନ୍ତି। କୋଏମ୍ବାଟୁର, ନାଗପୁର ଓ ନାସିକ୍ରେ ଆଇଟି ନିଯୁକ୍ତି ୨୦-୨୫ ପ୍ରତିଶତ ବଢ଼ିଥିବା ବେଳେ ଇନ୍ଦୋର ଓ ଜୟପୁରରେ ୩୦-୪୦ ପ୍ରତିଶତ ବଢ଼ିଛି। ଏଆଇ ନିଯୁକ୍ତି ସୃଷ୍ଟିରେ ମହୀଶୂର ଆଗରେ ରହିଛି।
Trending
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ୨୦୨୫ ବିହାର ବିଧାନସଭା ନିର୍ବାଚନ- ତେଜସ୍ୱୀ ଯାଦବ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Prev Post