ନିଯୁକ୍ତି ମେଳାରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ । କହିଲେ ଦୁର୍ନୀତି ହେଉଛି ଭିଲେନ । ପ୍ରତ୍ୟେକ ନାଟକରେ ଜଣେ ହିରୋ ଆଉ ଜଣେ ଭିଲିଆନ ଥାଏ, ଆଉ ଭିଲିଆନ ହେଉଛି ଦୁର୍ନୀତି । ଆମ ସରକାରର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦୁର୍ନୀତି । ସବୁଠୁ ବଡ଼ ଶତ୍ରୁ ଆମ ପାଇଁ ଦୁର୍ନୀତି । ଦୁର୍ନୀତି ହେଉଛି ଭିଲେନ । ତେଣୁ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଦୁର୍ନୀତି ଠାରୁ ଦୂରରେ ରହିବାକୁ ନବ ନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ ।
ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ନିଯୁକ୍ତି ମେଳା । ୯ଟି ବିଭାଗର ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନିଯୁକ୍ତି ପ୍ରଶାସନକୁ ଆହୁରି ସଶକ୍ତ କରିବ । ଆମ ସରକାରର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦୁର୍ନୀତି । ଆମ ପାଇଁ ସବୁଠୁ ବଡ଼ ଶତ୍ରୁ ଦୁର୍ନୀତି । ଦୁର୍ନୀତି ହେଉଛି ଭିଲେନ୍। ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଦୁର୍ନୀତି ଠାରୁ ଦୂରରେ ରହିବାକୁ ନବ ନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଛନ୍ତି । ଏଯାଏ ମୋଟ୍ ୧୬ଟି ନିଯୁକ୍ତି ମେଳାରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ମିଳିଛି ।