ଭାରତୀୟଙ୍କ ଖାଦ୍ୟରେ ପୋଷକତତ୍ତ୍ବର ଅଭାବ

ଭାରତୀୟମାନେ ଖାଉଥିବା ଖାଦ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପୋଷକତତ୍ତ୍ବର ଅଭାବ ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏ ସଂକ୍ରାନ୍ତୀୟ ତଥ୍ୟ ଲାନ୍‌ସେଟ ନାମକ ପତ୍ରିକାରେ ପ୍ରକାଶ ପାଇଛି। ଭାରତୀୟଙ୍କ ଖାଦ୍ୟରେ ଲୌହସାର, କ୍ୟାଲିୟମ୍‌ ଆଦି ପୋଷକତତ୍ତ୍ବର ଅଭାବ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ବର ୧୮୫ଟି ଦେଶ ବାସିନ୍ଦାଙ୍କ ଖାଦ୍ୟାଭାସ ଉପରେ ଏକ ସଂସ୍ଥା ତରଫରୁ ଅଧ୍ୟୟନ କରାଯାଇଥିଲା। ବିଶ୍ବର କୋଟିକୋଟି ଲୋକେ ୧୫ଟି ଅତ୍ୟାବଶ୍ୟକ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ ଗ୍ରହଣ କରୁନଥିବା ଅଧ୍ୟୟନରୁ ଜଣାପଡ଼ିଥିଲା। ବିଶ୍ବର ୫୦୦ କୋଟିରୁ ଅଧିକ ଲୋକ ଆବଶ୍ୟକ ପରିମାଣର ଆୟୋଡିନ, ଭିଟାମିନ୍‌ ଇ ଏବଂ କ୍ୟାଲିୟମଯୁକ୍ତ ଖାଦ୍ୟ ଖାଉନଥିବା ରିପୋର୍ଟରେ ଦର୍ଶଯାଇଛି।

ଭାରତୀୟ ମହିଳାମାନେ ପୁରୁଷଙ୍କ ତୁଳନାରେ କମ୍‌ ଆୟୋଡିନଯୁକ୍ତ ଖାଦ୍ୟ ଖାଉଥିବା ବେଳେ ପୁରୁଷମାନେ ମହିଳାଙ୍କ ତୁଳନାରେ କମ୍‌ ପରିମାଣର ଜିଙ୍କ୍‌, ମ୍ୟାଗନେସିୟମ ଭଳି ପୋଷକତତ୍ତ୍ବ ଥିବା ଖାଦ୍ୟ ଖାଉଥିବା ଜଣାପଡ଼ିଛି।

ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆରେ ପୁରୁଷ ଓ ମହିଳା କ୍ୟାଲସିୟମଯୁକ୍ତ ଖାଦ୍ୟ କମ୍‌ ପରିମାଣରେ ଖାଉଥିବା ଜଣାପଡ଼ିଛି। ଉପଯୁକ୍ତ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ ନ ଖାଇବା ଫଳରେ ସେମାନେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟଙ୍କ ଖାଦ୍ୟରେ ରାଇବୋଫ୍ଲୋବିନ, ଫୋଲେଟ୍‌ ଆଦିର ଅଭାବ ରହିଥିବା ଜଣାପଡ଼ିଛି।