ଭୁବନେଶ୍ବର ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆ ପ୍ରତିବାଦ କରିବା ଆରମ୍ଭ କରିଛି । ଚିକିତ୍ସା ଅବହେଳାରୁ ଛୁଆକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଅଙ୍କୁରା ହସ୍ପିଟାଲ ସାମ୍ନାରେ ଛୁଆର ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଡାକ୍ତର ଓ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ରାସ୍ତା ଉପରେ ଲୋକଙ୍କ ଭିଡ଼ ଯୋଗୁଁ ଟ୍ରାଫିକ ଜାମ ହୋଇଛି।
ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଆ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ବିରୋଧରେ ଅଭିଯୋଗ ଆଣି ପରିବାର ଲୋକ ରାସ୍ତା ଉପରେ ବସିଛନ୍ତି ପରିବାର ଲୋକ । ୯ବର୍ଷର ଛୁଆର ବାନ୍ତି ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା । ମାଆ ତାଙ୍କର ସୁନା ଅଳଙ୍କାର ବିକି ଚିକିତ୍ସା ପାଇଁ ସମସ୍ତ ପ୍ରକାର ଆର୍ଥିକ ବ୍ୟବସ୍ଥା କରିଥିଲେ। ହେଲେ ହସ୍ପିଟାଲ ଦୁଇ ଦିନ ତଳୁ ବ୍ରେନ୍ ଡେଡ୍ କହି ଚିକିତ୍ସା କରାଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏବେ ଛୁଆର ମୃତଦେହ ରାସ୍ତାରେ ରଖି ଏହା ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି ପରିବାର ଲୋକ । ଫଳରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।