ପାନ୍କ୍ରିଆଟିକ୍ କ୍ୟାନ୍ସରର ଲକ୍ଷଣ
କ୍ୟାନ୍ସର ବା କର୍କଟ..ଏହି ରୋଗ ନାଁ ଶୁଣିଲେ ସମସ୍ତଙ୍କ ମନରେ ଡର ନିଶ୍ଚିୟ ଆସେ , କାରଣ ହେଉଛି ଏକ ପ୍ରାଣଘାତୀ ରୋଗ । ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି । କିନ୍ତୁ ଠିକ୍ ସମୟରେ କର୍କଟ ରୋଗକୁ ଚିହ୍ନି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥିବା ଡାକ୍ତରମାନେ କୁହନ୍ତି । ଶରୀରରେ ବିଭିନ୍ନ ପ୍ରକାରର କ୍ୟାନ୍ସର ହୁଏ , ଯାହା ପ୍ରାୟତଃ ସମସ୍ତେ ଜାଣନ୍ତି । କିନ୍ତୁ ପାନ୍କ୍ରିଆଟିକ୍ କ୍ୟାନ୍ସର ଯାହା ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା । ତେବେ ଆସନ୍ତୁ ଜାଣିବା ପାନ୍କ୍ରିଆଟିକ୍ କ୍ୟାନ୍ସର ବା ଅଗ୍ନାଶୟରେ କ୍ୟାନ୍ସର କାହିଁକି ହୁଏ, କିପରି ଏହାକୁ ଚିହ୍ନିବେ ଓ ଏହାର ଲକ୍ଷଣ କ’ଣ ? ପାନକ୍ରିୟାଟିକ୍ କର୍କଟର ଲକ୍ଷଣ ଖୁବ୍ କମ୍ ଥାଏ । ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ ପେଟ ଯନ୍ତ୍ରଣା , ଜଣ୍ଡିସ୍ , କୌଣସି କାରଣ ବିନା ଓଜନ କମିବା ଏବଂ ଭୋକ ନ ହେବା ଆଦି ଲକ୍ଷଣ ଦେଖାଯାଏ । ଏହା ଛଡ଼ା ଝାଡ଼ା ପରିସ୍ରା ରଙ୍ଗରେ ମଧ୍ୟ ପରିବର୍ତ୍ତନ ଦେଖାଦେବା ସହ ଅନ୍ତନଳୀରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧୂମପାନ ହିଁ ପାନ୍କ୍ରିଆଟିକ୍ କ୍ୟାନ୍ସରର ଆଶଙ୍କାକୁ ବୃଦ୍ଧି କରେ । ତେବେ ଶରୀରରେ ବି କିଛି ଅସୁବିଧା ଦେଖାଦେଲେ ଏହାକୁ ଅବହେଳା ନ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନିଜ ଶରୀର ପ୍ରତି ସଚେତନ ରୁହନ୍ତୁ ।