ନର୍ସିଂ ଆନ୍ଦୋଳନକୁ ନେଇ ମନ୍ତ୍ରୀ କହିଲେ ବଡ଼ କଥା

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଦୁଇଦିନ ହେଲା  ଆନ୍ଦୋଳନ କରିଛନ୍ତି ନର୍ସ । ସେପଟେ ଆଲୋଚନା କରି ମନ୍ତ୍ରୀ କହିଛନ୍ତି ନର୍ସମାନେ କାର୍ଯ୍ୟରେ ଯୋଗ ଦେବେ । ତେବେ ସଂଘ କହୁଛି ଆମେ ଆଲୋଚନା କରି ଜଣାଇବୁ । ମନ୍ତ୍ରୀ ଆଲୋଚନା ପରେ କହିଛନ୍ତି ସଂଘ ସହ ଆଲୋଚନା ହୋଇଛି ଓ ସେମାନେ କାଲିଠାରୁ କାର୍ଯ୍ଯରେ ଯୋଗ ଦେବେ  ।ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରୋଗୀ ସେବା ଠପ୍ ହୋଇ ଯାଇଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଓ ସଙ୍ଘ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଓ ଏହା ସଫଳ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି କାଲିଠାରୁ ନର୍ସମାନେ କାମରେ ଯୋଗ ଦେବେ ବୋଲି ଆଲୋଚନା ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଆନ୍ଦୋଳନ ପ୍ରତ୍ୟାହାର ନେଇ ସଙ୍ଘ ସ୍ପଷ୍ଟ କରିନାହିଁ । ଆଲୋଚନା ପରେ ଆମର ନିଷ୍ପତ୍ତି ଜଣାଇବୁ ବୋଲି ସଙ୍ଘ କହିଛି । ସବୁ ଜିଲ୍ଲାର କର୍ମକର୍ତ୍ତା ସହ ଆଲୋଚନା ପରେ ଆଜି ରାତି ସୁଦ୍ଧା ନିଷ୍ପତ୍ତି ଜଣାଇବୁ ବୋଲି କହିଛି ନର୍ସିଂ ଅଫିସର ସଂଘ । ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ନେଇ ବଡ଼ ଅପଡେଟ୍‌ ଆସିଛି। ଆଜି ସନ୍ଧ୍ୟାରେ  ଆଲୋଚନା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି।