ଭୟ ବଢାଇଲା ନୂଆ ଭାଇରସ ଡ଼ିଙ୍ଗା , ଉଗାଣ୍ଡରେ 400 ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନିପା, କରୋନା ପରେ ପୁଣିଥରେ ଡ଼ରାଇଲାଣି  ଆଉ ଏକ ନୂଆ ଭାଇରସ । ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ । ସଂକ୍ରମିତ ହେଲେ ପ୍ରବଳ ଜ୍ବର ସହ ମୁଣ୍ଡ ବିନ୍ଧିବା, ଦୁର୍ବଳ ଅନୁଭବ କରିବା ଭଳି ଦେଖାଦେଉଛି ଲକ୍ଷଣ । ଆକ୍ରାନ୍ତମାନେ ପାରାଲିସିସ୍‌ର ଶିକାର ହେଉଥିବା ମଧ୍ୟ ଜଣାପଡ଼ିଛି । ତେବେ ଏହି ଭାଇରସର ନାଁ ରହିଛି ଡିଙ୍ଗା। ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାରେ ପ୍ରଥମ ଥର ପାଇଁ ଏହି ଅଜବ ଜୀବାଣୁ ଦେଖାଦେଇଛି। ଏହି ରୋଗ ହେଲେ ପୀଡିତମାନେ ଠିଆ ହୋଇପାରୁ ନାହାନ୍ତି କିମ୍ବା ଚାଲି ପାରୁ ନାହାନ୍ତି । ବତ୍ତର୍ମାନ ପର୍ୟ୍ୟନ୍ତ ୪୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହାଇସାରିଛନ୍ତି । ତେବେ ଏପର୍ୟ୍ୟନ୍ତ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ଖବର ଜଣାପଡ଼ି ନାହିଁ । ରୋଗକୁ ରୋକିବା ପାଇଁ ଆବଶ୍ୟକୀୟ ଓୗଷଧ ଏବଂ ଟୀକା ମଧ୍ୟ ପ୍ରଦାନ କରାଯାଉଛି । ରୋଗର କାରଣ ଓ ନିରାକରଣ ଜାଣିବା ପାଇଁ ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି । ଏହି ରହସ୍ୟମୟ ରୋଗ ମୁଖ୍ୟତ ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଥିବା ଜଣାପଡ଼ିଛି ।