୨୧ ଜୁନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହେବ

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଶୁଭ ଉଦଘାଟନର ଆୟୋଜନ କରାଯାଇଥିଲା। ୨୧ ଜୁନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସାମ୍ବାଦିକ ସମ୍ମିଳନୀରେ ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଧବ ଗତ ଦଶନ୍ଧି ଧରି ଅନ୍ତର୍ଜାତୀୟ ଯୋଗ ଦିବସର ଉଲ୍ଲେଖନୀୟ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆହ୍ୱାନ ପରେ – ଏହା ଭାରତର ପାରମ୍ପରିକ ଜ୍ଞାନରେ ମୂଳ ଏକ ବିଶ୍ୱବ୍ୟାପୀ ସୁସ୍ଥତା ଆନ୍ଦୋଳନର ଆରମ୍ଭ ଥିଲା।

ମନ୍ତ୍ରୀ କହିଛନ୍ତି, ଆମେ ୧୧ତମ ବର୍ଷରେ ପ୍ରବେଶ କରୁଥିବାରୁ, ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ କେବଳ ଏକ ସ୍ମାରକୀ ନୁହେଁ – ଏହା ଆମର ପ୍ରୟାସକୁ ବୃଦ୍ଧି କରିବା ଏବଂ ସମାଜର ସମସ୍ତ ବର୍ଗଙ୍କ ନିକଟରେ ଯୋଗକୁ ଉପଲବ୍ଧ କରାଇବା ଦିଗରେ ଏକ ସାମୂହିକ ଆହ୍ୱାନ । ସେ ଆହୁରି ମଧ୍ୟ କହିଥିଲେ ଯେ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ବିଷୟବସ୍ତୁ ଭାରତର ଜି-୨୦ ପ୍ରେସିଡେନ୍ସୀ ସମୟରେ ଉପସ୍ଥାପିତ ବିଶ୍ୱ ସ୍ୱାସ୍ଥ୍ୟ ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ‘ସର୍ବେ ସନ୍ତୁ ନିରାମୟ’ର ଭାରତୀୟ ସଭ୍ୟତାବାଦୀ ନୀତିକୁ ପ୍ରତିଫଳିତ କରେ, ଯାହାର ଅର୍ଥ ହେଉଛି – ସମସ୍ତେ ରୋଗ ମୁକ୍ତ ହୁଅନ୍ତୁ।

Leave a comment