ଦେଶୀ ଅଣ୍ଡା ଏବଂ ଫାର୍ମ ଅଣ୍ଡା ଭିତରେ କେଉଁଟା ଭଲ

ଅଣ୍ଡାକୁ ଏକ ସୁପରଫଡ୍ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍ , ଭିଟାମିନ୍ ଏବଂ ମିନେରାଲ୍ସର ଭରପୂର ମାତ୍ରାରେ ଥାଏ । ଏହା ନା କେବଳ ସ୍ବାସ୍ଥ୍ୟ ପାଇଁ ଭଲ ବରଂ ମାଂସପେଶୀକୁ ଶକ୍ତିଶାଳୀ କରିବା ସହ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ ଅଣ୍ଡା । କିନ୍ତୁ ଯେତେବେଳେ ଦେଶୀ ଅଣ୍ଡା ଏବଂ ଫାର୍ମ ଅଣ୍ଡା ଭିତରେ କେଉଁଟା ଭଲ ପ୍ରଶ୍ନ ଆସେ ସେତେବେଳେ ଲୋକ ଦ୍ବନ୍ଦ୍ବରେ ପଡ଼ନ୍ତି ଯେ ବାସ୍ତବରେ କେଉଁ ଅଣ୍ଡା ଦେହ ପାଇଁ ଭଲ  । ଯଦି ଆପଣଙ୍କ ମନରେ ବି ଏଭଳି ପ୍ରଶ୍ନ ବେଳେବେଳେ ଉଙ୍କି ମାରେ ତାହେଲେ ଆସନ୍ତୁ ସେ ବିଷୟରେ ବିସ୍ତାର ଭାବରେ ଜାଣିବା । ବାହାରେ ବୁଲୁଥିବା ଦେଶୀ କୁକୁଡ଼ାଙ୍କଠାରୁ ଦେଶୀ ଅଣ୍ଡା ପ୍ରାପ୍ତ ହୋଇଥାଏ । ଏହି କୁକୁଡ଼ା ବାହାରେ ବୁଲି କୀଟପତଙ୍ଗ,ଶସ୍ୟ ଦାନା,ସବୁଜ ଘାସ,ପୋକ ଆଦି ଖାଇ ପେଟ ପୁରାଇଥାନ୍ତି । ଏହି କାରଣ ଯୋଗୁଁ ଦେଶୀ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ବ ଥାଏ ।

ଧଳା ଅଣ୍ଡାକୁ ଫାର୍ମରେ ପ୍ରସ୍ତୁତ କରାଯାଏ । ଯେଉଁଠାରେ କୁକୁଡ଼ାକୁ କଣ୍ଟ୍ରୋଲ୍ ଡାଏଟ୍ ଦିଆଯାଏ । ଏହି ଅଣ୍ଡା ଦେଖିବାକୁ ବଡ଼ ଏବଂ ଚମକଦାର ହୋଇଥିଲେ ହେଁ ଏଥିରେ ପୋଷକ ତତ୍ତ୍ବ ବହୁତ କମ୍ ଥାଏ ।

ଦେଶୀ ଅଣ୍ଡା ଅର୍ଗାନିକ୍ ହୋଇଥିବାରୁ ଖାଇବାକୁ ସ୍ବାଦିଷ୍ଟ ଲାଗେ । ଯାହାର କେସର ଗାଢ ହଳଦିଆରୁ ନେଇ ନାରଙ୍ଗୀ ରଙ୍ଗ ପର୍ଯ୍ୟନ୍ତ ହୋଇଥାଏ । ଯାହା ଶରୀରକୁ ପୋଷକ ତତ୍ତ୍ବ ଦେଇଥାଏ । ଅନ୍ୟପକ୍ଷରେ ଫାର୍ମ ଅଣ୍ଡାର କେସର ହାଲକା ହଳଦିଆ ହୋଇଥିବା ବେଳେ ଏହାର ସ୍ବାଦ ଦେଶୀଅଣ୍ଡା ଅପେକ୍ଷା କମ୍ ଥାଏ ।

ସୁସ୍ଥ ହୃଦୟ ଏବଂ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ ଦେଶୀ ଅଣ୍ଡା । ଏଥିରେ ଓମେଗା-୩ ଫେଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡେଣ୍ଟସ୍ ର ଗୁଣ ଥାଏ । ୨ ଟି ଯାକ ଅଣ୍ଡା ପ୍ରୋଟିନରେ ଭରପୂର । କିନ୍ତୁ ଦେଶୀ ଅଣ୍ଡା ଶରୀରକୁ ଅଧିକ ପ୍ରୋଟିନ୍ ଦେଇଥାଏ । Luteyn ଏବଂ Zeaxanthin ଅଧିକ ମାତ୍ରାରେ ଥିବାରୁ ଏହା ଆଖି ପାଇଁ ବହୁତ ଭଲ ଦେଶୀ ଅଣ୍ଡା । ଯଦି ଆପଣ ୱେଟ୍ ଲସ୍ କରିବାକୁ ଚାହାଁନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରି ଫାର୍ମ ଅଣ୍ଡା ଖାଇପାରିବେ । କାରଣ ଫାର୍ମର ଧଳାଅଣ୍ଡା କମ୍ କ୍ୟାଲୋରୀ ଯୁକ୍ତ ହୋଇଥାଏ । ସବୁକ୍ଷେତ୍ରକୁ ଦେଖିଲେ ଦେଶୀ ଅଣ୍ଡା ବହୁତ ଭଲ କିନ୍ତୁ ଅନେକ କ୍ଷେତ୍ରରେ ଦେଶୀ ଅଣ୍ଡା ସହଜରେ ମିଳେନାହିଁ । ସେହି କ୍ଷେତ୍ରରେ ଫାର୍ମ ଅଣ୍ଡାକୁ ହିଁ ବିକଳ୍ପ ରୂପେ ଖାଇପାରିବା ।