ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ,ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା
ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍ସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଡାକ୍ତର ମାନେ ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ରହିଛି ।
ଓମ୍ସାର ଦାବିର ସମାଧାନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଛି । କମିଟିରେ ସ୍ବାସ୍ଥ୍ୟ ସଚିବ, ଜିଏ ସଚିବ, ଅର୍ଥ ସଚିବ, ଆଇନ ସଚିବ ସଦସ୍ୟ ଅଛନ୍ତି । ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ । ତେବେ ଆଲୋଚନା ସଫଳ ହୋଇଥିବା ନେଇ ଓ ପକ୍ଷରୁ ସୂଚନା ।