ରକ୍ତଚାପ ମାପିବା ସମୟରେ ଏହି ୧୦ଟି ଦିଗ ପ୍ରତି ଧ୍ୟାନ ଦେଲେ ସଠିକ ରିପୋର୍ଟ ମିଳିବ
କିଛିବର୍ଷ ହେବ ରକ୍ତଚାପ ସମସ୍ୟା ସାଧାରଣ ହୋଇଗଲାଣି। କମ୍ ବୟସର ଲୋକମାନେ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ହେବାର ଲାଗିଛନ୍ତି। ଏପରି ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ମଝିରେ ମଝିରେ ରକ୍ତଚାପ ପରୀକ୍ଷା କରି ନେବା ଉଚିତ। ବ୍ୟସ୍ତବହୁଳ ଜୀବନରେ କିଛିଲୋକଙ୍କ ପାଇଁ ରକ୍ତଚାପ ପରୀକ୍ଷା କରିବା ପାଇଁ ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବା ସମ୍ଭବ ନୁହେଁ, ତେଣୁ ଅଧିକାଂଶ ଲୋକ ଘରେ ଏକ ରକ୍ତଚାପ ମେସିନ୍ ରଖି ପାରିବେ। ଏହି ମେସିନ ଦ୍ବାରା ଘରେ ନିଜେ ସେମାନଙ୍କର ରକ୍ତଚାପ ପରୀକ୍ଷା କରି ପାରିବେ। କିନ୍ତୁ ରକ୍ତଚାପ ପରୀକ୍ଷା କରିବା ସମୟରେ ଯଦି ଆପଣ ଭୁଲ ପଦ୍ଧତି ଆପଣାଉଛନ୍ତି ତେବେ ରିପୋର୍ଟ ମଧ୍ୟ ଭୁଲ ଆସିପାରେ?
ଏହି ରକ୍ତଚାପ ପରୀକ୍ଷାକୁ ନେଇ ଦିଲ୍ଲୀ ଏମ୍ସର ଏମଡି ମେଡିସିନ୍, ଡିଏମ ନ୍ୟୁରୋଲୋଜି ଡାକ୍ତର ପ୍ରିୟଙ୍କା ସେହରାୱତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରକ୍ତଚାପ ମାପିବା ସମୟରେ ୧୦ଟି ଦିଗ ପ୍ରତି ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଡାକ୍ତର ପ୍ରିୟଙ୍କା ସେହରାୱତଙ୍କ କହିବାନୁସାରେ, ବ୍ୟାୟାମ କିମ୍ବା ଅନ୍ୟ କୌଣସି କାମ କରିବା ପରେ ତୁରନ୍ତ ରକ୍ତଚାପ ପରୀକ୍ଷା କରିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଭୁଲ ରିପୋର୍ଟ ଆସିଥାଏ। ସର୍ବଦା ରକ୍ତଚାପ ଯାଞ୍ଚ କରିବା ପୂର୍ବରୁ ୫ ମିନିଟ୍ ବିଶ୍ରାମ ନିଅନ୍ତୁ।