କାଲିଠୁ ଅଶଂଘାତ ଡ଼ର
ପୁଣି ଫେରିଲା ତାତି,୩ଟି ସହରରେ ୪୦ଡିଗ୍ରୀ ପାର କଲା ପାରଦ । ୪୧.୪ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଲା ରାଜ୍ୟର ଉତ୍ତପ୍ତ ସହର । ସେହିପରି ହୀରାକୁଦରେ ୪୧.୧ ଏବଂ ସମ୍ବଲପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୩ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ।