ଘରୋଇ ଉପାୟରେ ଦୂରେଇ ହେବ ମୁହଁର ଲୋମ
ମହିଳାଙ୍କ ମୁହଁରେ ଲୋମ ହେବା ଅନେକଙ୍କ ପାଇଁ ସାଧାରଣ କଥା । ବିଶେଷ କରି ଏହା ହର୍ମୋନ ଅସନ୍ତୁଳନ , ପିସିଏଏସ୍ ଏବଂ ମନୋପଜ୍ ସମସ୍ୟା ଯୋଗୁଁ ହୋଇଥାଏ । କିନ୍ତୁ ଏନେଇ ଚିନ୍ତା କରିବାର କାରଣ ନାହିଁ । କାରଣ ଏହାକୁ ଘରୋଇ ଉପାୟରେ ଦୂରେଇ ହେବ ।
ହଳଦୀ, ଓଟମିଲ୍ସ ଓ କଦଳୀ ମିଶାଇ ଏକ ପ୍ୟାକ୍ ବନାନ୍ତୁ । ଏହାକୁ ମୁହଁରେ ଲଗାଇ ହାଲକା ଶୁଖିବା ଯାଏଁ ଛାଡ଼ିଦିଅନ୍ତୁ । ଏହାକୁ ହାତରେ ଘସି ଛଡ଼ାଇବା ପରେ ସାଦା ପାଣିରେ ଧୋଇଦିଅନ୍ତୁ । ଏପରି ଲଗାତାର କଲେ ମୁହଁରେ ଲୋମମୁକ୍ତ କରିହେବ ।
• ଲେମ୍ବୁ ରସ, ମହୁ ଓ ବେସନ ମିଶାଇ ଏକ ପ୍ୟାକ୍ ବନାନ୍ତୁ । ଏହା ବ୍ଲିଚର କାମ କରେ । ଏହି ପ୍ୟାକକୁ ସପ୍ତାରେ ଦୁଇରୁ ତିନିଥର ମୁହଁରେ ଲଗାଇ ସ୍କ୍ରବ କଲେ ମଧ୍ୟରେ ଫେସିଆଲ ଲୋମ ସମସ୍ୟାରୁ ମୁକ୍ତି ପାଇହେବ ।
• ଅମୃତଭଣ୍ଡା ଚୋପାକୁ ମୁହଁରେ ଘଷିବା ଦ୍ବାରା ଏଥିରେ ଥିବା ପପୈନ୍ ଏନଜାଇମ୍ ମୁହଁ ଲୋମ ମୁଳକୁ ଦୁର୍ବଳ କରେ । ଫଳରେ ମୁହଁରେ ଲୋମ ଉଠିବା ବନ୍ଦ ହୁଏ । ଏହାକୁ ମୁହଁରେ ଘଷି ସାରିବା ପରେ କିଛି ବୁନ୍ଦା ଟି ଟ୍ରି ତେଲ ନେଇ ମୁହଁରେ ହାଲକା ମସାଜ କରନ୍ତୁ ।
• ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ପ୍ରତି ଦିନ କିଛି ସମୟ ପ୍ରାଣାୟାମ କରିବା ସହ ୧୦ରୁ ୧୫ ମିନିଟ୍ ଚାଲନ୍ତୁ ।