ହାର୍ଡ ୱାଟର, ପ୍ରଦୂଷଣ, ମାନସିକ ଚାପ, ଖାଦ୍ୟ ଖାଇବାରେ ଅନିୟମିତତା ଏବଂ ଯତ୍ନର ଅଭାବ ଯୋଗୁଁ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ବେଳେ ବେଳେ ତ ଏତେ ମାତ୍ରାରେ କେଶ ଝଡ଼େ ଘର ଚଟାଣରେ ଯେଉଁଆଡ଼େ ଦେଖିଲେ ଚୁଟି ପଡ଼ିଥିବାର ଦେଖାଯାଏ । ଏଭଳି ହେଲେ ଆତ୍ମବିଶ୍ବାସ କମିବା ପରି ଅନୁଭବ ହୁଏ । ମନରେ ଦୁଶ୍ଚିନ୍ତା ବଢ଼େ । ହେଲେ କିଛି ଘରୋଇ ଉପାୟ ଏହି ଉତ୍କଟ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରେ । ଯଦି ଆପଣଙ୍କର ବି କେଶ ଝଡ଼ିବା ସମସ୍ୟା ଭୋଗୁଛନ୍ତି ତେବେ ଏକ DIY ହେୟାର ସିରମ୍ ଏକ ସହଜ ଏବଂ ପ୍ରଭାବଶାଳୀ ସମାଧାନ । ଏହି ସିରମ୍ ପୋଷଣ ପ୍ରଦାନ କରେ ଏବଂ କେଶ ସ୍ୱାସ୍ଥ୍ୟକୁ ବିକଶିତ କରେ । ଏହାର ପ୍ରସ୍ତୁତି ସରଳ ଏବଂ ସମ୍ପୂର୍ଣ୍ଣ ପ୍ରାକୃତିକ । ତାହାଲେ ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା ହେୟାର ସିରମ୍ ।
ପ୍ରଥମେ ଜାଣିବା DIY ହେୟାର ସେରମ୍ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ:
ଭୃଶଙ୍ଗ ପତ୍ର
ରୋଜମେରୀ ପତ୍ର,
ମନ୍ଦାର ପତ୍ର, ଫୁଲ
ମେଥି
କଳା ଜିରା
ଲବଙ୍ଗ
ଭିଜା ଚାଉଳ
କିପରି ପ୍ରସ୍ତୁତ କରିବେ:
ପ୍ରଥମେ, ଏହି ସମସ୍ତ ସାମଗ୍ରୀକୁ ୧ରୁ ୨ ଲିଟର ପାଣିରେ ଫୁଟାନ୍ତୁ । ଚାଉଳ ସିଝିବା ପର୍ଯ୍ୟନ୍ତ ଏବଂ ପାଣି ଅଧା କମିଯିବା ପର୍ଯ୍ୟନ୍ତ ଫୁଟାନ୍ତୁ। ମିଶ୍ରଣଟି ସମ୍ପୂର୍ଣ୍ଣ ଫୁଟିଗଲେ, ଏହାକୁ ଛାଣି ଥଣ୍ଡା ହେବାକୁ ଦିଅନ୍ତୁ । ଏବେ, ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ସଂରକ୍ଷଣ କରି ଫ୍ରିଜରେ ରଖନ୍ତୁ।
ଶୋଇବା ପୂର୍ବରୁ କିମ୍ବା କେଶ ଧୋଇବାର କିଛି ଘଣ୍ଟା ପୂର୍ବରୁ ଏହି ସିରମ୍କୁ କେଶରେ ଲଗାନ୍ତୁ । ଏହାକୁ ଆପଣଙ୍କ ମୁଣ୍ଡରେ ଧୀରେ ଧୀରେ ମାଲିସ୍ କରନ୍ତୁ ଏବଂ କିଛି ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ତା’ପରେ ସାଦା ପାଣିରେ କେଶ ଧୋଇ ଦିଅନ୍ତୁ । ବାକି ରହିଥିବା ଚାଉଳକୁ ଦହି ଏବଂ ତେଲ ସହିତ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ଏବଂ ଏହାକୁ ହେୟାର ମାସ୍କ ଭାବରେ ବ୍ୟବହାର କରନ୍ତୁ । ଏହା ଆପଣଙ୍କ କେଶକୁ ମଇଶ୍ଚରାଇଜ୍ ଏବଂ ନରମ କରିବାରେ ମଧ୍ୟ ସାହାଯ୍ୟ କରେ।
ଏହି DIY ହେୟାର ସିରମ କେଶକୁ ପୋଷଣ ଦିଏ ଏବଂ କେଶ ଝଡ଼ିବା କମ କରିବାରେ ସାହାଯ୍ୟ କରେ। ଭୃସଙ୍ଗ ପତ୍ର କେଶ ମୂଳକୁ ମଜବୁତ କରେ ଏବଂ କେଶ ଝଡ଼ିବାକୁ ରୋକେ। ରୋଜମେରୀ ଏବଂ ମନ୍ଦାର ପତ୍ର କେଶର ସ୍ୱାସ୍ଥ୍ୟକୁ ଉନ୍ନତ କରେ ଏବଂ ଏହାକୁ ଘନ କରେ। ତାହାଲେ ଆଉ ଡେରି କାହିଁକି । ଘରେ ବନାନ୍ତୁ ଏହି ସିରିମ୍ , ଯାହା ଆପଣଙ୍କ କେଶ ପାଇଁ ବରଦାନ ହୋଇପାରେ ।