ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ।ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ୧୧୧ କୋଟି ବ୍ୟୟରେ ୪୨୮ ଆମ୍ବୁଲାନ୍ସ ରାଜ୍ୟ ସ୍ୱାସ୍ଥ୍ୟ ସେବାକୁ ଉତ୍ସର୍ଗ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି । ଆଗକୁ ବାକି ସବୁ ଆମ୍ବୁଲାନ୍ସକୁ ଲୋକାର୍ପିତ କରାଯିବ । ରାଜ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ସଂସ୍ଥା ପାଖରେ ଏବେ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ ଜନନୀ ଏକ୍ସପ୍ରେସ୍ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି। ରାଜ୍ୟରେ ଅଚଳ ଥିବା ୧୦୮ ଆମ୍ବୁଲାନ୍ସଗୁଡ଼ିକ ପରିବର୍ତ୍ତନ କରାଯାଇଛି I ସେହି ସ୍ଥାନରେ ନୂଆ ଆମ୍ବୁଲାନ୍ସ ସାମିଲ କରାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post