ବାସି ଖାଦ୍ୟ ଖାଇ ୨୨ ଜଣ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ଆଦର୍ଶ ବିଦ୍ୟାଳୟର ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଲକୋଇ ବ୍ଲକ ଓରିଆ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ଥିବା ଛାତ୍ରୀମାନେ ବାସି ପଖାଳ ଖାଇବା ପରେ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ସାଲାଇନ ଲଗାଯାଇ ଚିକିତ୍ସା କରାଯାଉଛି । ହଷ୍ଟେଲ ୱାଡେନଙ୍କ କହିବା କଥା, ପ୍ରତ୍ୟେକ ଦିନ ସକାଳେ ଛୁଆମାନେ ସୁଜି ଖାଇଥାନ୍ତି । ଆଜି ସୁଜି ନଥିବାରୁ ୨୨ଜଣ ଛାତ୍ରୀ ପଖାଳ ଖାଇଥିଲେ ବୋଲି ବିଦ୍ୟାଳୟର ୱାଡେନ କହିଛନ୍ତି । ତା’ପରେ ସମସ୍ତ ୨୨ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । କାହାର ପେଟବ୍ୟଥା ତ ଆଉ କାହାର ବାନ୍ତି ହେଉଛି । ଆଉ କେତେଜଣଙ୍କର ମୁଣ୍ଡ ବୁଲାଉଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।
Trending
- ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ କାଳିଆ ସାଆନ୍ତ,ଚାରିଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
- ରଥଯାତ୍ରାରେ ଅଘଟଣ , ମରିଚିକୋଟ ଛକରେ ଦଳାଚକଟାରେ ଜଣେ ମୃତ,150 ଆହତ
- ଦନ୍ଦିଘୋଷ ରଥରେ ବିରାଜମାନ କାଳିଆ ସାଆନ୍ତ, କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ
- ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି ,ଅପେକ୍ଷାରତ ତାଳଧ୍ବଜରେ ହେଲେ ରଥାରୂଢ
- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ
- ଆସନ୍ତାକାଲି ସକାଳ ସୁଦ୍ଧା ପୁରୀର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା,ପୁରୀକୁ ରେଡ ୱାର୍ଣ୍ଣିଂ ଜାରି
- ନୋଏଡା ମମୁରା ଗାଁରେ ଏକ ବହୁ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ,୨ ମୃତ
- ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ
- ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି,୪ଟାରୁ ଆରମ୍ଭ ହେବ ରଥଟଣା
- ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା , ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା