୪୧ ବର୍ଷ ବୟସରେ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠି

ବଧାଇ ହୋ… ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠି ମାଆ ହୋଇଛନ୍ତି। ତାଙ୍କ ଘରକୁ ୨ ଜଣ କୁନି ଅତିଥି ଆସିଛନ୍ତି । ଏନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ୪୧ ବର୍ଷ ବୟସରେ ଦିବ୍ୟାଙ୍କା ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି। ଖୁସି ଖବର ସେୟାର କରିବା ସମୟରେ, ଅଭିନେତ୍ରୀ ଲେଖିଛନ୍ତି, “ଆମେ ଭଗବାନଙ୍କୁ ଖୁସି ମାଗିଥିଲୁ, ଏବଂ ଭଗବାନ କହିଲେ, ‘ଡବଲ ନିଅ!'”

ସେ ଆହୁରି ଲେଖିଛନ୍ତି ଯେ ସେମାନଙ୍କ ଘରେ ଦୁଇଟି ଯମଜ ପୁଅ ଆସିଛନ୍ତି। କ୍ୟାପସନରେ କହିଛନ୍ତି, “ଫାଇନାଲି, ଅପେକ୍ଷା ଶେଷ ହୋଇଛି”। “ଦି ବୟଜ୍” ଆସିଛନ୍ତି, ଏବଂ ଜୀବନ ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ଅନୁଭବ ହେଉଛି।ଏବେ ଯମଜ ପୁଅର ମାଆ, ଦିବ୍ୟାଙ୍କା ମନ୍ତବ୍ୟ ଦେଇଛନ୍ତି, “ମୋର କରଣ ଏବଂ ଅର୍ଜୁନ ଆସିଛନ୍ତି!” “ଆମେ ଏହି ନୂତନ ଏବଂ ଆଶ୍ଚର୍ଯ୍ୟଜନକ ଅଧ୍ୟାୟ ଆରମ୍ଭ କରିବା ସମୟରେ, ମୋତେ ତୁମର ପ୍ରେମ ଏବଂ ଆଶୀର୍ବାଦ ଆବଶ୍ୟକ।” ସୋସିଆଲ ମିଡିଆ ବର୍ତ୍ତମାନ ଦିବ୍ୟାଙ୍କାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟୁଛି। କାରଣ ସମସ୍ତେ ଅଭିନେତ୍ରୀଙ୍କ ଖୁସିରେ ଆନନ୍ଦିତ ହେଉଥିବା ପରି ମନେ ହେଉଛି।ଦିବ୍ୟାଙ୍କା ବହୁତ ଦିନ ଧରି ମାଆ ହେବାକୁ ଅପେକ୍ଷା କରିଥିଲେ। ବିବାହର ୧୦ ବର୍ଷ ପରେ ଶେଷରେ ତାଙ୍କର ମାଆ ହେବାର ସ୍ୱପ୍ନ ସାକାର ହୋଇଛି। ଦିବ୍ୟାଙ୍କା ଏବଂ ବିବେକ ଦହିୟାଙ୍କୁ ପ୍ୟାରେଣ୍ଟସ୍ କ୍ଲବରେ ସାମିଲ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ।

ସୂଚନାଯୋଗ୍ୟ,2016 ରେ ଦିବ୍ୟାଙ୍କା ଏବଂ ବିବେକ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁହେଁ ଭୋପାଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ତେବେ ଦୁହିଁଙ୍କର ସାକ୍ଷା ‘ୟେ ହୈ ମହବେତଁ’ ସୁଟିଂ ସେଟରୁ ହୋଇଥିଲା ।

Leave a comment