ତୃଣମୂଳ କଂଗ୍ରେସର ବାରସାତ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବାର କିଛି ଦିନ ପରେ, ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ବରିଷ୍ଠ ଟିଏମସି ସାଂସଦ କାକଳି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବୈଠକରେ ଯୋଗ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। କାକଳି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ସେ ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ସହିତ ଟିଏମ୍ସି ମହିଳା କଂଗ୍ରେସର ଅଧ୍ୟକ୍ଷା ପଦ ଓ ଦଳର ଅନ୍ୟାନ୍ୟ ସାଂଗଠନିକ ପଦବୀ, କମିଟି ଓ ଦାୟିତ୍ୱରୁ ଇସ୍ତଫା ଦେଉଛନ୍ତି।କାକଳି ଆହୁରି ଲେଖିଛନ୍ତି, ଯେଉଁଠାରେ ଜଣେ ମହିଳା ସାଂସଦଙ୍କ ପ୍ରତି ଅନ୍ୟ ଜଣେ ଅଶିକ୍ଷିତ, ଅଭଦ୍ର ଦଳୀୟ ସାଂସଦଙ୍କ ଅଶୋଭନୀୟ ଆଚରଣକୁ ବନ୍ଦ କରାଯାଇପାରିବ ନାହିଁ, କିମ୍ବା ବରିଷ୍ଠ ନେତୃତ୍ୱଙ୍କ ସହଯୋଗ ଓ ସହାନୁଭୂତି ମିଳିପାରିବ ନାହିଁ, ଏପରି ପଦବୀରେ ରହିବା ଅର୍ଥପୂର୍ଣ୍ଣ ନୁହେଁ। କାକଳି ଆଇନଜୀବୀ-ରାଜନେତା ତଥା ଶିରାମପୁର ଲୋକସଭା ନିର୍ବାଚନମଣ୍ଡଳୀର ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ସମାଲୋଚନା କରି ଏହା ଲେଖିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ କାକଳିଙ୍କ ସ୍ଥାନରେ କଲ୍ୟାଣ ବାନାର୍ଜୀ ଲୋକସଭାରେ ଟିଏମ୍ସିର ମୁଖ୍ୟ ସଚେତକ ଭାବରେ ପୁନଃନିଯୁକ୍ତ ହୋଇଥିଲେ। କାକଳି ‘ଏକ୍ସ’ରେ ଏକ ପୋଷ୍ଟ କରି ଆହୁରି ଲେଖିଛନ୍ତି ଯେ, ମୁଁ ମମତା ବାନାର୍ଜୀଙ୍କୁ ୧୯୭୬ ମସିହାରୁ ଜାଣିଛି, ତାଙ୍କ ସହିତ ୧୯୮୪ରୁ କାମ କରୁଛି, ଚାରି ଦଶକର ମୋ ଆନୁଗତ୍ୟର ପୁରସ୍କାର ପାଇଲି ବୋଲି କାକଳି ଲେଖିଛନ୍ତି। କାକଳିଙ୍କ ଇସ୍ତଫା ଟିଏମ୍ସି ପାଇଁ ଶକ୍ତ ଧକ୍କା ହୋଇଛି।
Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା