‘ଖଳନାୟକ ରିଟର୍ଣ୍ଣସ୍ ର ଟିଜର ରିଲିଜ,ଟିଜରରେ ସଞ୍ଜୟଦତ୍ତ ଖୁବ୍ ଭୟଙ୍କର ଦେଖା ଯାଉଛନ୍ତି

ଅନେକ ବର୍ଷ ପରେ ପୁଣି ବଲିଉଡ୍ ର ସବୁଠୁ ଖତରନାକ ଭିଲେନ୍ ବଲ୍ଲୁ ଅର୍ଥାତ ସଞ୍ଜୟ ଦତ୍ତ ଚର୍ଚ୍ଚାରେ। ଏବେ ତାଙ୍କ ଅନ୍ଦାଜ ପୂର୍ବ ଅପେକ୍ଷା ଆହୁରି ବେଶି ଭୟଙ୍କର ଦେଖାଯାଉଛି। ୨୪ ଏପ୍ରିଲରେ ‘ଖଳନାୟକ ରିଟର୍ଣ୍ଣସ୍’ର ଟିଜର ରିଲିଜ ହୋଇଥିଲା। ଯାହା ସୋସିଆଲ୍ ମିଡିଆରେ ଛାଇ ଯାଇଛି। ଟିଜରରେ ସଞ୍ଜୟଦତ୍ତ ଖୁବ୍ ଭୟଙ୍କର ଦେଖା ଯାଉଛନ୍ତି। ଯାହା ଦର୍ଶକଙ୍କ ଆଗ୍ରହକୁ ଆହୁରି ବଢ଼ାଇ ଦେଇଛି। ଖାସ୍ କଥା ହେଉଛି ଚଳିତ ଥର କାହାଣୀରେ ଆହୁରି ସସ୍ପେନ୍ସ ରହିଛି।ନିର୍ଦ୍ଦେଶକ ସୁଭାଷ ଘାଇ ଏବେ ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘ଖଳନାୟକ’ ର ସିକ୍ୱେଲ୍ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖଳନାୟକ ରିଟର୍ଣ୍ଣସ୍ ର ମାହୋଲ ଜମେଇବା ପାଇଁ ସଞ୍ଜୟ ଦତ୍ତ ନୂଆ ଲୁକ୍ ସହିତ ଏକ ପୋଷ୍ଟର ଏବଂ ଟିଜର ସେୟାର ବି କରିଛନ୍ତି। ଏହା ଏକ ଏମିତି ଚଳଚ୍ଚିତ୍ର ଯାହା ପ୍ରାୟ ତେତିଶ ବର୍ଷ ପୂର୍ବେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଫିଲରେ ମାଧୁରୀ ଦୀକ୍ଷିତ ଏବଂ ନୀନା ଗୁପ୍ତାଙ୍କ ଉପରେ ଚିତ୍ରିତ ‘ଚୋଲି’ ଗୀତକୁ ନେଇ ବେଶ୍ ବିବାଦ ହୋଇଥିଲା ସତ। କିନ୍ତୁ ଏ କଥା ବି ସତ ଯେ, ଫିଲ୍ମଟି ଖୁବ୍ ପ୍ରଶଂସା ସାଉଁଠି ଥିଲା।

ବର୍ତ୍ତମାନ କିନ୍ତୁ ଖଳନାୟକ- ୨ କୁ ନେଇ ବେଶ୍ ଆଶାବାଦୀ ନିର୍ମାତା। ଟିଜରରେ ଦେଖିବାକୁ ମିଳିଛି , ସଞ୍ଜୟ ଦତ୍ତ ଜେଲରୁ ଖସି ପଳାଇବା ପାଇଁ ନିଜର ଶିକୁଳି ଭାଙ୍ଗିଛନ୍ତି। ତେତିଶ ବର୍ଷ ପରେ, ସେ ତିନି ଗୁଣ ଅଧିକ ତୀବ୍ର ଦମ୍ଭ ସହିତ ଫେରି ଆସିଛନ୍ତି। ବଲ୍ଲୁ ବଲରାମ ପୂର୍ବ ଅପେକ୍ଷା ଆହୁରି ଭୟଙ୍କର ଦେଖାଯାଉଛନ୍ତି। ଡାଇଲଗ୍ କହୁଛନ୍ତି, “ମୁଁ ତୁମକୁ କହି ନଥିଲି କି? ଅକ୍ଟୋବର ୧୦ ତାରିଖ, ରାତି ୧୦ଟାରେ ବଲ୍ଲୁ ଜେଲରୁ ଫେରାର ହୋଇଯିବ…” ଏହା ପରେ, ସେ ପୁଣି ଥରେ ସେହି ହିଟ୍ ଗୀତ ଗାଉଛନ୍ତି – “ନାୟକ ନେହିଁ, ଖଲନାୟକ ହୁଁ ମୈଁ…”। ଚିତାକର୍ଷକ କଥା ହେଉଛି ଫିଲ୍ମ ‘ଖଳନାୟକ’ ସମୟରେ ସଞ୍ଜୟ ଦତ୍ତଙ୍କୁ ବାସ୍ତବ ଜୀବନରେ ମଧ୍ୟ – ତେତିଶ ବର୍ଷ ବୟସର ଥିଲେ। ୨୦୨୬ ରେ, ସେ ଛଅଷଠି ବର୍ଷରେ ପହଞ୍ଚିଛନ୍ତି। ୩୩ଅପେକ୍ଷା ୬୬ ରେ ସଞ୍ଜୟ ବେଶି ସିରିଅସ୍ ଓ ଆଗ୍ରେସିଭ୍ ଅଛନ୍ତି ବୋଲି କହୁଛନ୍ତି ଦର୍ଶକ ।

Leave a comment