ଅସୁସ୍ଥତା ଅନୁଭବ କରିବାରୁ ଜନ୍ମଦିନରେ ହସପିଟାଲରେ ଭର୍ତ୍ତି ହେଲେ ସିରିଅଲ ଅଭିନେତ୍ରୀ ଜସ୍ମିନ ଭାସିନ

ହସପିଟାଲରେ ଭର୍ତ୍ତି ହେଲେ ସିରିଅଲ ଅଭିନେତ୍ରୀ ଜସ୍ମିନ ଭାସିନ । ଜନ୍ମଦିନ ପାଇଁ ଦୁବାଇ ଟ୍ରିପରେ ଯାଇଥିଲେ ଜସ୍ମିନ । ଆଉ ସେଠାରେ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ ଅଲ୍ଲୀ ଗୋନି ଫଟୋ ସେୟାର କରି ଅଭିନେତ୍ରୀଙ୍କ ବିଷୟରେ ସୂଚନା ଦେଇଛନ୍ତି । ଜସ୍ମିନଙ୍କ ଅବସ୍ଥା ଦେଖି ଫ୍ୟାନ୍ସଙ୍କ ଚିନ୍ତା ବଢିଯାଇଛି ।

ଅଲ୍ଲୀ ଗୋନି ଜସ୍ମିନଙ୍କ ସହ ହସପିଟାଲରେ ରହି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଜସ୍ମିନ ହସପିଟାଲରେ ବେଡ୍ ଉପରେ ଶୋଇଥିବା ବେଳେ ଅନ୍ୟ ଏକ ଫଟୋରେ ହ୍ବିଲ ଚେୟାରରେ ବସିଥିବା ନଜର ଆସିଛନ୍ତି । ଆଉ ଏକ ଫଟୋରେ କେକ୍ କାଟୁଛନ୍ତି, ଯାହା ହସପିଟାଲର ବୋଲି ଜଣାପଡିଛି ।

ଫଟୋ ସହିତ ଏକ ଇମୋସନାଲ ନୋଟ୍ ମଧ୍ୟ ଲେଖିଛନ୍ତି, ହାପି ବାର୍ଥ ଡେ ଜସ୍ମିନ… ଏଠାକୁ ତୁମ ଜନ୍ମିଦ ପାଳନ କରିବାକୁ ଆସିଥିଲେ, କିନ୍ତୁ ଜୀବନର ପ୍ଲାନ ଆଉ କିଛି । ଜନ୍ମଦିନକୁ ସ୍ମରଣ କରିବା ପରିବର୍ତ୍ତେ ଆମେ ହସପିଟାଲରେ ଅଛେ । ତୁମକୁ ଏଭଳି ଯନ୍ତ୍ରଣାରେ ଦେଖି ଏହି ଟ୍ରିପର ସବୁଠାରୁ ମୁସ୍କିଲ । ତୁମକୁ ପୁଣିଥରେ ସୁସ୍ଥ ଏବଂ ହସିବା ଦେଖିବା ମୁଁ କୌଣସି ଉତ୍ସବକୁ ମଧ୍ୟ ଛାଡିଦେବି । ଆଲ୍ଲା ଆପଣଙ୍କୁ ବହୁତ ଖସି ସହିତ ସୁସ୍ଥ ସ୍ବାସ୍ଥ୍ୟ ଏବଂ ଭଲପାଇବା ଏବଂ ସଫଳତା ଦିଅନ୍ତୁ । ଆପଣ ତୁରନ୍ତ ଠିକ୍ ହୋଇଯାଆନ୍ତୁ । ଜନ୍ମଦିନର ଶୁଭେଚ୍ଛା । ମୁଁ ସବୁବେଳେ ଆପଣଙ୍କୁ ଭଲପାଉଥିବି ।

ଏହାସହିତ ଇନଷ୍ଟାଗ୍ରାମରେ ଆଉ ଏକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ଫ୍ୟାନ୍ସ ତାଙ୍କ କଲ୍ ଏବଂ ମେସେଜ କରୁଛନ୍ତି । ତାଙ୍କ ସୁସ୍ଥ କାମନା କରୁଛନ୍ତି ।

ଜସ୍ମିନ ଏବଂ ଅଲ୍ଲୀ ପରସ୍ପରକୁ ୬ ବର୍ଷ ହେଲାଣି ଡେଟ୍ କରୁଛନ୍ତି । ବିଗବସ୍ ୧୪ ସମୟରେ ଦୁହେଁ ଅଫିସିଆଲ ଭାବେ ନିଜ ସଂପର୍କକୁ ସ୍ବୀକାରୋକ୍ତି କରିଥିଲେ । ଏମାନେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ।

Leave a comment