ଅମ୍ବାନୀଙ୍କ ପରିବାରରେ ଗଣପତି ଉତ୍ସବ : ନଜର ଆସିଲେ ଅନେକ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତା, ଅଭିନେତ୍ରୀ
ଅମ୍ବାନୀଙ୍କ ପରିବାରରେ ପ୍ରତିବର୍ଷ ଭଳି ଏଭଳି ମଧ୍ୟ ଗଣପତି ଉତ୍ସବ ଗ୍ରାଣ୍ଡ ୱେରେ ପାଳିତ ହୋଇଛି । ଏହି ଗ୍ରାଣ୍ଡ ସେଲିବ୍ରେସନରେ ଅନେକ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତା, ଅଭିନେତ୍ରୀ ନଜର ଆସିଛନ୍ତି । ପ୍ରତ୍ୟେକ ଷ୍ଟାରମାନେ ନିଜକୁ ଷ୍ଟାଇଲିସ୍ ଗେଟଅପରେ ସଜାଇ ହୋଇଥିବା ଦେଖିବାକୁ ମିଳିଛି । କେହି ଶାଢୀ ପିନ୍ଧି ନଜର ଆସିଥିବାବେଳେ ଆଉ କେହି ଅନାରକଲି, ଲେହେଙ୍ଗା ପିନ୍ଧି ପହଞ୍ଚିଥିଲେ ।
ଖୁସି କପୁର ରେଡ୍ ଶାଢୀ ପିନ୍ଧି ହେଭି ଜ୍ବେଲାରୀ ଏବଂ ପୋଟଲୀ ବ୍ୟାଗ ସହିତ ନଜର ଆସିଥିଲେ । ସେହିପରି ଶନାୟା କପୁର ପର୍ପଲ ଶାଢୀ ପିନ୍ଧି କ୍ଲାସି ଲୁକରେ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ରାଶା ଥାଡାନି ଲାଲ ରଙ୍ଗର ଲେହେଙ୍ଗାରେ ଦେଖାଯାଇଥିଲେ, ତାଙ୍କର ନୂତନ ଫ୍ରିଞ୍ଜ ହେୟାରଷ୍ଟାଇଲ୍ ଦୃଷ୍ଟି ଆକର୍ଷଣ କରିଥିଲା ।
କରୀନା ଏବଂ କରିସ୍ମା କପୁରଙ୍କ ପୁରା ପରିବାର ମଧ୍ୟ ଅମ୍ବାନୀ ଫ୍ୟାମିଲିଙ୍କ ଗଣପତି ଉତ୍ସବରେ ସାମିଲ ହୋଇଥିଲେ । କରୀନା ୟେଲୋ ସୁଟରେ ନଜର ଆସିଥିବାବେଳେ କରିସ୍ମା ପିଙ୍କ୍ ଶାଢୀରେ ନଜର ଆସିଥିଲେ । ଏଥିସହ ଜାହ୍ନବୀ ମଧ୍ୟ ପଟୋଲା ଶାଢୀରେ ନଜର ଆସିଥିଲେ । କାଜୋଲ ଲାଲ ଶାଢ଼ୀ ପିନ୍ଧି ଅମ୍ବାନୀ ଉତ୍ସବରେ ସାମିଲ ହୋଇଥିଲେ । କ୍ୟାଟ୍ରିନା କୈଫ୍ ପିସ୍ତା କଲରର ଅନାରକଲି ସୁଟ୍ ପିନ୍ଧିଥିଲେ । ସେ ଏକ ରଙ୍ଗୀନ ଦୁପଟ୍ଟା ସହିତ ତାଙ୍କର ଲୁକ୍ କମ୍ପ୍ଲିଟ୍ କରିଥିଲେ ।
ଅନନ୍ୟା ପାଣ୍ଡେ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧି ଅମ୍ବାନୀଙ୍କ ପରିବାରରେ ଆୟୋଜିତ ହୋଇଥିବା ଗଣପତି ମହୋତ୍ସବରେ ଯୋଗ ଦେଇଥିଲେ । ଆଲିଆ ଭଟ୍ଟ ସି-ଗ୍ରୀନ୍ ଟିସୁ ସିଲ୍କ ଶାଢ଼ୀରେ ନଜର ଆସିଥିଲେ । ତାଙ୍କର ଅଫ୍-ସୋଲ୍ଡର ବ୍ଲାଉଜ୍ ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା । କ୍ରିତି ସାନନଙ୍କୁ ପର୍ପଲ କଲରର ଏକ ଶାଢ଼ୀରେ ଦେଖିବାକୁ ମିଳିଥିଲା । ଦିଶା ପଟାନି ଲାଲ ରଙ୍ଗର ଲେହେଙ୍ଗାରେ ଦେଖାଯାଇଥିଲେ । କମ୍ ଜ୍ବେଲାରୀ ପିନ୍ଧିବା ସତ୍ତ୍ବେ ତାଙ୍କ ଲୁକ୍ ଖୁବ୍ ଆକର୍ଷଣୀୟ ଥିଲା ।