ସାହିଦ କପୁର, କୃତି ସାନନ୍ ଓ ରଶ୍ମିକା ମନ୍ଦାନା ଷ୍ଟାରର୍ ‘କକଟେଲ୍-୨’ର ଟ୍ରେଲର୍ ରିଲିଜ୍ , ଆସନ୍ତା ୧୯ରେ ଥିଏଟରକୁ ଆସିବ ଫିଲ୍ମ

ସାହିଦ କପୁର, କୃତି ସାନନ୍ ଓ ରଶ୍ମିକା ମନ୍ଦାନା ଷ୍ଟାରର୍ ‘କକଟେଲ୍-୨’ର ଟ୍ରେଲର୍ ରିଲିଜ୍ ହୋଇଛି। ଏଥିରେ ତିନିଜଣଙ୍କର ସମ୍ପର୍କ ପ୍ରଦର୍ଶିତ ହୋଇଛି । ଫିଲ୍ମ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ, ଯେଉଁଥିରେ ବନ୍ଧୁତା ଓ ପ୍ରେମର ସୀମା ଝାପ୍ସା ହେଉଥିବା ଦେଖାଯାଉଛି। ଆଧୁନିକ ସମ୍ପର୍କର ଜଟିଳତା ଓ ଭାବପ୍ରବଣ ସଂଘର୍ଷ ଉପରେ ଏହା ପର୍ଯ୍ୟବସିତ।ଟ୍ରେଲରରେ ‘ତୁମ୍ ହି ହୋ ବନ୍ଧୁ’ର ଝଲକ୍ ବି ରହିଛି, ଯାହା ସୈଫ୍ ଅଲି ଖାନ୍ ଷ୍ଟାରର୍ ମୂଳ ଫିଲ୍ମର ଚର୍ଚ୍ଚିତ ଗୀତ ଥିଲା। ଫିଲ୍ମ ପ୍ରସ୍ତୁତ କରିଛନ୍ତି ଦିନେଶ ଭିଜନ ଓ ଲଭ୍ ରଞ୍ଜନ । ନିର୍ଦ୍ଦେଶନା ଦେଇଛନ୍ତି ହୋମି ଅଦଜାନିୟା । ସେ ୨୦୧୨ରେ ମୁକ୍ତିପ୍ରାପ୍ତ ‘କକଟେଲ୍’ର ନିର୍ଦ୍ଦେଶନା ଦେଇଥିଲେ। ତେବେ ସିକ୍ୱେଲ ମୂଳ କାହାଣୀକୁ ଆଗକୁ ବଢ଼ାଉନି । କିନ୍ତୁ ଏହାର ବିଷୟ ସମ୍ପର୍କ, ବନ୍ଧୁତା ଓ ପ୍ରେମର ଜଟିଳ ସମୀକରଣ ଉପରେ ଆଧାରିତ।ଏଥର ଫିଲ୍ମରେ ପୂରା ନୂଆ ଷ୍ଟାର୍ କାଷ୍ଟ ଓ ନୂଆ କାହାଣୀ ଦେଖିବାକୁ ମିଳିବ। କାହାଣୀ ଲେଖିଛନ୍ତି ତରୁଣ ଜୈନ ଓ ଲଭ୍ ରଞ୍ଜନ । ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ପ୍ରୀତମ, ଗୀତ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ସାହିଦ ଓ କ୍ରିତି ପୂର୍ବରୁ ଏକାଠି ପରଦାକୁ ଆସିଥିଲେ। ରଶ୍ମିକା ପ୍ରଥମ ଥର ଉଭୟଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି। ଫିଲ୍ମ ଆସନ୍ତା ୧୯ରେ ଥିଏଟରକୁ ଆସିବ।

Leave a comment