ଅଗଷ୍ଟ ମାସରେ ମହାଙ୍ଗା ହେବ ମାରୁତି ସୁଜୁକି କାର ,ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ କମ୍ପାନୀ
ଖର୍ଚ୍ଚ ବଢ଼ୁଥିବା ନାଁରେ ଗାଡ଼ି ମଟର ମୋବାଇଲ ସବୁର ଦର ବଢ଼ୁଛି। ଜୁଲାଇ ମାସ ଆରମ୍ଭରୁ କିଛି ମୋଟର କମ୍ପାନୀ ଗାଡ଼ି ଦର ବଢ଼ାଇଥିଲେ, ଆଉ ଏବେ ମାରୁତି ସୁଜୁକି ପୁଣିଥରେ ଦର ବଢ଼ାଇବ ବୋଲି ଘୋଷଣା କରିଛି। କମ୍ପାନୀ ଏହାର ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ ବୋଲି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ।
ଆପଲ ଭଲି ମାରୁତି କହିଛି ଯେ ଗ୍ରାହକଙ୍କୁ ଦର ବୃଦ୍ଧିର ଚାପ ନଦେବାକୁ କମ୍ପାନୀ ଗତ କିଛି ମାସ ହେଲା ବିଭିନ୍ନ ଖର୍ଚ୍ଚ ହ୍ରାସ ପଦକ୍ଷେପ ନେଉଥିଲା। ତଥାପି, ଗାଡ଼ି ତିଆରି ଖର୍ଚ୍ଚ ନିୟମିତ ବଢ଼ିବାରୁ କମ୍ପାନୀ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛି ବୋଲି ମାରୁତି ସୁଜୁକି କହିଛି।
ମଙ୍ଗଳବାର ଦିନ ପ୍ରାୟ ୩:୨୯ ରେ BSE ରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (MSIL) ର ସେୟାର ମୂଲ୍ୟ ୧୨୨.୫୫ ଟଙ୍କା ବୃଦ୍ଧି ପରେ ପ୍ରତି ସ୍କ୍ରିପ୍ ୧୩,୬୩୦ ଟଙ୍କାରେ କାରବାର କରୁଥିଲା। ତେବେ ମୂଲ୍ୟ ବୃଦ୍ଧି ନେଇ ଅଟୋମେକର ସ୍ପଷ୍ଟ କରିଛନ୍ତି ଯେ ସଠିକ୍ ମୂଲ୍ୟ ବୃଦ୍ଧି ମଡେଲ ଅନୁଯାୟୀ ଭିନ୍ନ ହେବ।ସୂଚନା ଥାଉକି, ୨୦୨୬ ମସିହାରେ ମାରୁତି ସୁଜୁକି ଏପର୍ଯ୍ୟନ୍ତ ୨ ଥର ଗାଡ଼ିର ମୂଲ୍ୟ ବୃଦ୍ଧି କରିଛି। ସବୁଠାରୁ ବଡ଼ କଥା ହେଲା ଲଗାତର ଦୁଇ ମାସ ହେଲା କମ୍ପାନୀ କ୍ରମାଗତ ଭାବେ ଦର ବଢ଼ାଇ ଚାଲିଛି। କମ୍ପାନୀ କହୁଛି ଯେ ନିୟମିତ ବଢୁଥିବା ଉତ୍ପାଦନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ଯୋଗୁ ମୂଲ୍ୟ ବୃଦ୍ଧି କରିବାକୁ ପଡ଼ୁଛି।
ଚଳିତ ବର୍ଷ ଜୁନ୍ ମାସରେ କମ୍ପାନୀ ବିଭିନ୍ନ ମଡେଲ୍ ଅନୁଯାୟୀ ସର୍ବାଧିକ ₹୩୦,୦୦୦ ପର୍ଯ୍ୟନ୍ତ ଦାମ ବଢ଼ାଯାଇଥିଲା। ଜୁଲାଇ ମାସରେ ବି ପୁଣିଥରେ ସର୍ବାଧିକ ₹୩୦,୦୦୦ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘୋଷଣା କରିଛି କମ୍ପାନୀ। ଯାହା ଅଗଷ୍ଟ ୧ ତାରିଖରୁ ଲାଗୁ ହେବ। ଗାଡ଼ିର ମଡେଲ୍ ଏବଂ ଭାରିଆଣ୍ଟ ଅନୁସାରେ ଏହି ବର୍ଦ୍ଧିତ ମୂଲ୍ୟ ଅଲଗା ଅଲଗା ରହିଛି। ତେବେ କମ୍ପାନୀ ଏକାଥରେ ୫୦ ହଜାର ଟଙ୍କା ନ ବଢାଇ, ଅଧା ଅଧା କରି ଦୁଇ ମାସରେ ଗାଡ଼ିଗୁଡ଼ିକର ଦାମରେ ୬୦ ହଜାର ଟଙ୍କା ବଢାଇ ଦେଲାଣି।
ଏହିସବୁ କମ୍ପାନୀ ବି ଚଳିତ ବର୍ଷ ଦୁଇଥର ବଢ଼ାଇଛନ୍ତି ଦର
ଖାଲି ମାରୁତି ସୁଜୁକି ନୁହେଁ, ମହିନ୍ଦ୍ରା, ହ୍ୟୁଣ୍ଡାଇ ଓ ଟାଟା ମଧ୍ୟ ୨୦୨୬ରେ ଦୁଇଥର ଲେଖାଏ ଗାଡ଼ି ଦର ବଢ଼ାଇ ସାରିଲେଣି।
ମହିନ୍ଦ୍ରା- ଭାରତର ଅନ୍ୟ ଏକ ବଡ଼ ଅଟୋ ନିର୍ମାତା ମହିନ୍ଦ୍ରା ପ୍ରଥମେ ଏପ୍ରିଲ୍ ୨୦୨୬ରେ ଗାଡ଼ିଗୁଡ଼ିକର ମୂଲ୍ୟ ପ୍ରାୟ ୨.୫% ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଏହାପରେ ନିକଟରେ ୧୦ ଜୁଲାଇ ୨୦୨୬ରୁ SUV (ଯେମିତି କି Thar ଏବଂ XUV 3XO) ଗୁଡ଼ିକର ମୂଲ୍ୟ ହାରାହାରି ୨.୭% (ସର୍ବାଧିକ ₹୩୭,୦୦ପର୍ଯ୍ୟନ୍ତ) ବୃଦ୍ଧି କରିଥିଲ।
ହ୍ୟୁଣ୍ଡାଇ: କୋରିଆନ ଅଟୋ ନିର୍ମାତା ହ୍ୟୁଣ୍ଡାଇ ମଧ୍ୟ ୨ ଥର ଦର ବୃଦ୍ଧି କରିଛି। ପ୍ରଥମ ମୂଲ୍ୟ ବୃଦ୍ଧି ଜାନୁଆରୀ ୨୦୨୬ରେ (ପ୍ରାୟ ୦.୬% ହାରରେ), ଦ୍ୱିତୀୟ ମୂଲ୍ୟ ବୃଦ୍ଧି ୧ ଜୁନ୍ ୨୦୨୬ରୁ ଲାଗୁ କରାଯାଇ ମଡେଲ୍ ଅନୁଯାୟୀ ସର୍ବାଧିକ ₹୧୨,୮୦୦ ପର୍ଯ୍ୟନ୍ତ ଦର ବଢ଼ାଯାଇଛି।ଟାଟା ମୋଟୋର୍ସ- ପ୍ରଥମେ ଏପ୍ରିଲ୍ ୨୦୨୬ରେ କେବଳ ICE (ପେଟ୍ରୋଲ/ଡିଜେଲ) ଗାଡ଼ି ଉପରେ ୦.୫% ଦର ବଢ଼ାଇଥିଲା ଟାଟା। ନିକଟରେ ୧ ଜୁଲାଇ ୨୦୨୬ରୁ କମ୍ପାନୀ ତା’ର ସମସ୍ତ ପାସେଞ୍ଜର କାର୍ ଏବଂ ଇଲେକ୍ଟ୍ରିକ୍ ଗାଡ଼ି (EV)ର ମୂଲ୍ୟ ୧.୫% ପର୍ଯ୍ୟନ୍ତ ବୃଦ୍ଧି କରିଛି।
ଅନ୍ୟାନ୍ୟ ପ୍ରମୁଖ କମ୍ପାନୀ (MG, Nissan, ଏବଂ ଲଦଜୁରୀ ବ୍ରାଣ୍ଡ)JSW MG Motor ୨୦୨୬ ଆରମ୍ଭରେ ଏବଂ ଏପ୍ରିଲରେ ପ୍ରାୟ ୨% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଛନ୍ତି। Nissan ଜାନୁଆରୀ ୨୦୨୬ରୁ ନିଜ ଗାଡ଼ିର ଦାମ ୩% ପର୍ଯ୍ୟନ୍ତ ବଢ଼ାଇଥିଲେ। ଲଗଜୁରୀ କାର୍ (BMW, Mercedes-Benz, Audi) ଏହି ବ୍ରାଣ୍ଡଗୁଡ଼ିକ ଜାନୁଆରୀ ଏବଂ ଏପ୍ରିଲ୍ ମାସରେ ପ୍ରାୟ ୨% ରୁ ୬% ପର୍ଯ୍ୟନ୍ତ ନିଜ ଗାଡ଼ିର ମୂଲ୍ୟ ବଢ଼ାଇ ସାରିଛନ୍ତି।