ରାଜେଶ ଖାନ୍ନାଙ୍କ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର ,ଶୁଟିଂ କରିବେ ୧୦ ଦିନ

ଅକ୍ଷୟ କୁମାରଙ୍କୁ ଶେଷଥର ଫିଲ୍ମ ‘ୱେଲକମ୍ ଟୁ ଦ ଜଙ୍ଗଲ୍’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଥିଲା । ଏବେ ଅକ୍ଷୟ କୁମାର ଆର୍.ଡି. ବର୍ମନଙ୍କ ବାୟୋପିକ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି । ରିପୋର୍ଟ ଅନୁସାରେ, ଫିଲ୍ମରେ ଅକ୍ଷୟ ରାଜେଶ ଖାନ୍ନାଙ୍କ ଭୂମିକାରେ ଅଭିନୟ କରିପାରନ୍ତି ।

ରାଜେଶ ଖାନ୍ନାଙ୍କ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର:

ରିପୋର୍ଟ ଅନୁସାରେ, ଅକ୍ଷୟ କୁମାର ପୁଣିଥରେ ନୀରଜ ପାଣ୍ଡେଙ୍କ ସହ କାମ କରିବାକୁ ଯାଉଥିବା ଖବର ମିଳୁଛି । ନୀରଜ ଏବଂ ଅକ୍ଷୟ ପୂର୍ବରୁ ‘ବେବି’ ଓ ‘ସ୍ପେଶାଲ୍ 26’ ଭଳି ଫିଲ୍ମରେ ଏକାଠି କାମ କରିସାରିଛନ୍ତି । ଏବେ ଖବର ଆସୁଛି ଯେ, ନୀରଜ ପାଣ୍ଡେ ମ୍ୟୁଜିକ୍ ଡାଇରେକ୍ଟର ଆର୍.ଡି. ବର୍ମନଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରୁଛନ୍ତି, ଯେଉଁଥିରେ ଅକ୍ଷୟ ନଜର ଆସିପାରନ୍ତି । ଅକ୍ଷୟ ରାଜେଶ ଖାନ୍ନାଙ୍କ ଭୂମିକା କରିପାରନ୍ତି । ସେହିପରି ଇମ୍ରାନ୍ ହାଶମୀ ମହମୁଦଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଖବର ରହିଛି ।

ରାଜେଶ ଖାନ୍ନା ଓ ଆର୍.ଡି. ବର୍ମନଙ୍କ ସମ୍ପର୍କ ଦେଖିବାକୁ ମିଳିବ :

ରାଜେଶ ଖାନ୍ନା ଓ ଆର୍.ଡି. ବର୍ମନଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ଥିଲା ଏବଂ ନିର୍ମାତାମାନେ ଏହି ସମ୍ପର୍କକୁ ଫିଲ୍ମରେ ପୁନଃସୃଷ୍ଟି କରିବାକୁ ଯୋଜନା କରୁଛନ୍ତି । ଏହି ଭୂମିକା ପାଇଁ ଅକ୍ଷୟ କୁମାର ପ୍ରଥମ ପସନ୍ଦ ବୋଲି କୁହାଯାଉଛି, କାରଣ ରାଜେଶ ଖାନ୍ନାଙ୍କ ସହ ଅକ୍ଷୟଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ରହିଛି ।

୧୦ ଦିନ ଶୁଟିଂ କରିବେ ଅକ୍ଷୟ କୁମାର:

ଖବର ଅନୁସାରେ, ଅକ୍ଷୟଙ୍କୁ ଏହି ଫିଲ୍ମ ପାଇଁ ପ୍ରାୟ ୧୦ ଦିନ ଶୁଟିଂ କରିବାକୁ ପଡ଼ିବ । ଏହା ଏକ ଏକ୍ସଟେଣ୍ଡେଡ୍ କ୍ୟାମିଓ ଭୂମିକା ହେବ । ଫିଲ୍ମଟି ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ରହିଛି । ନିର୍ମାତାମାନେ ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଫିଲ୍ମରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରିକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ସୂଚନା ସାମ୍ନାକୁ ଆସିନାହିଁ ।

ଏହି ଫିଲ୍ମରେ ଆର୍.ଡି. ବର୍ମନଙ୍କ ମୁଖ୍ୟ ଭୂମିକା ଫରହାନ୍ ଅଖତର୍ କରୁଥିବା ଖବର ରହିଛି । ଅଭିନେତା ଏହି ଭୂମିକା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହି ଭୂମିକା ଫରହାନ୍ ଏବଂ ଅକ୍ଷୟ ଉଭୟଙ୍କ ପାଇଁ ଏକ ଲ୍ୟାଣ୍ଡମାର୍କ ରୋଲ୍ ହେବ ବୋଲି କୁହାଯାଉଛି ।

ଆର୍.ଡି. ବର୍ମନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଅନେକ ବ୍ୟକ୍ତିଙ୍କ ଚରିତ୍ର ପାଇଁ ନିର୍ମାତାମାନେ ଅନେକ ଅଭିନେତାଙ୍କୁ କାଷ୍ଟ କରିବାକୁ ଯୋଜନା କରୁଛନ୍ତି । ନୀରଜ ପାଣ୍ଡେ ଏବଂ ଫରହାନ୍ ଅଖତର୍ ଉଭୟେ ଏହି ଫିଲ୍ମର ପ୍ରଯୋଜକ ଅଟନ୍ତି । ନୀରଜ ପାଣ୍ଡେଙ୍କ ଏହା ଦ୍ୱିତୀୟ ବାୟୋପିକ୍ ହେବ । ଏହା ପୂର୍ବରୁ ସେ ଏମ୍.ଏସ୍. ଧୋନିଙ୍କ ଉପରେ ବାୟୋପିକ୍ ତିଆରି କରିଥିଲେ ।

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ:

ଅକ୍ଷୟ କୁମାରଙ୍କ ୱର୍କଫ୍ରଣ୍ଟ ବିଷୟରେ କହିଲେ, ସେ ଏହି ବର୍ଷ ‘ଭୂତ ବଙ୍ଗଲା’ ଏବଂ ‘ୱେଲକମ୍ ଟୁ ଦ ଜଙ୍ଗଲ୍’ ଭଳି ଫିଲ୍ମରେ ନଜର ଆସିଛନ୍ତି । ଉଭୟ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିଲା ।
‘ୱେଲକମ୍ ଟୁ ଦ ଜଙ୍ଗଲ୍’ ବିଷୟରେ କହିଲେ, ଫିଲ୍ମଟି ଭାରତୀୟ ବକ୍ସ ଅଫିସ୍‌ରେ ୧୩୭.୯୩ କୋଟି ଟଙ୍କାର ନେଟ୍ କଲେକ୍ସନ୍ କରିଛି । ଫିଲ୍ମର ଗ୍ରସ୍ କଲେକ୍ସନ୍ ୧୬୨.୭୫ କୋଟି ଟଙ୍କା ଥିଲା । ଏହି ଫିଲ୍ମ ୪୫ ଦିନ ପର୍ଯ୍ୟନ୍ତ ଥିଏଟରରେ ଚାଲିଥିଲା । ଫିଲ୍ମଟିକୁ ଅହମଦ୍ ଖାନ୍ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ୩୦ରୁ ଅଧିକ ଷ୍ଟାର୍ ଅଭିନୟ କରିଥିଲେ । ପରେଶ ରାୱଲ୍, ରବୀନା ଟଣ୍ଡନ୍ ଏବଂ ସୁନୀଲ୍ ଶେଟ୍ଟୀଙ୍କ ଭଳି ଅଭିନେତାମାନେ ମଧ୍ୟ ଏହି ଫିଲ୍ମରେ ନଜର ଆସିଥିଲେ ।

ଏହି ଫିଲ୍ମଗୁଡ଼ିକରେ ନଜର ଆସିବେ ଅକ୍ଷୟ କୁମାର:

ଏବେ ଅକ୍ଷୟଙ୍କ ହାତରେ ଆହୁରି ଅନେକ ଫିଲ୍ମ ରହିଛି । ସେ ‘ହୈୱାନ୍’, ‘ଗୋଲମାଲ୍ 5’, ‘Vedat Marathe Veer Daudle Saat’ ଏବଂ ଅନୀସ୍ ବଜ୍ମୀଙ୍କ ଏକ ଅନଟାଇଟଲ୍ଡ୍ ଫିଲ୍ମରେ ନଜର ଆସିବେ ।

Leave a comment