ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ,୧୦ ଓ ୨୦ ଟଙ୍କିଆ ହେବ ପ୍ଲାଷ୍ଟିକ
ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ। ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍(ପରୀକ୍ଷା ମୂଳକ ପ୍ରଚଳନ) ପାଇଁ ମଞ୍ଜୁର କରାଯାଇଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏ ପଲିମର ନୋଟ୍ ପରୀକ୍ଷାମୂଳକ ପ୍ରଚଳନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସରକାର ଏହାକୁ ମଞ୍ଜୁରି କରିଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇଛନ୍ତି।
କାଗଜ ନୋଟ ପୂର୍ବପରି ଚାଲି ରହିବ ନା ବନ୍ଦ ହେବ ?
ନାଁ… କାଗଜ ନୋଟ୍ ବନ୍ଦ ହେବ ନାହିଁ। ପଲିମର ନୋଟ୍ ସହିତ କାଗଜ ନୋଟ୍ ବି ପୂର୍ବପରି ଚାଲୁ ରହିବ। ଆର୍ବିଆଇ ଓ କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ ଭାବରେ କହିସାରିଛନ୍ତି। ପଲିମର ନୋଟ୍ ପର୍ଯ୍ୟାୟ ଅନୁସାରେ ମାର୍କେଟ୍ରେ ଛଡ଼ାଯିବ। ତା ସହିତ କାଗଜ ନୋଟ ବି ଚାଲୁ ରହିବ। ଧୀରେ ଧୀରେ ମାର୍କେଟରେ ପଲିମର ନୋଟ କବ୍ଜା କରିବା ପରେ କାଗଜ ନୋଟ୍ ବନ୍ଦ ହେବା ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ଏଥିପାଇଁ ସରକାର ଏକ ସର୍କୁଲାର ଜାରି କରିବେ। ସରକୁଲାର ଜାରି ନ ହେବା ପର୍ଯ୍ୟନ୍ତ କାଗଜ ନୋଟ ପୂର୍ବପରି ଜାରି ରହିବ।
ପଲିମର ନୋଟ କ’ଣ ?
ପଲିମର ନୋଟ୍ କୌଣସି କାଗଜ ନୁହେଁ, ବରଂ ‘ବାଇଆକ୍ସିଆଲି ଓରିଏଣ୍ଟେଡ୍ ପଲିପ୍ରୋପିଲିନ୍’ (Biaxially Oriented Polypropylene – BOPP) ନାମକ ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ପଲ୍ପ ଏହା ତିଆରି ହୋଇଥାଏ। ଏହା କପା କିମ୍ବା କାଠ ମଣ୍ଡ (pulp) ଭଳି କୌଣସି ତନ୍ତୁ (fiber) ନୁହେଁ, ବରଂ ଏକ non-porous ପ୍ଲାଷ୍ଟିକ୍ ସିଟ୍।
ପ୍ରଥମେ BOPP ପ୍ଲାଷ୍ଟିକ୍ ପଲ୍ପକୁ ଅତ୍ୟନ୍ତ ପତଳା ଏବଂ ନମନୀୟ କରି ପ୍ରସ୍ତୁତ କରାଯାଏ
ଏହି ପଲ୍ପଟି ପୂରା ନୋଟର ଆଧାର ଭାବେ କାମ କରେ। ପ୍ଲାଷ୍ଟିକଟି ସ୍ୱଚ୍ଛ ଥାଏ। ନୋଟ୍ ତିଆରି କରିବା ପାଇଁ, ଏହାର ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ପ୍ରକାରର ଧଳା କାଳି ବ୍ୟବହାର କରାଯାଏ, ଯାହା ଦ୍ୱାରା ନୋଟ ଦେଖିବାକୁ କାଗଜ ପରି ଲାଗିବ। କିନ୍ତୁ transparent window ରଖିବାକୁ ଥିବା ଅଂଶଗୁଡ଼ିକରେ ଏହି କାଳି ଲଗାଯାଏ ନାହିଁ। ଏହା ପରେ ନୋଟର ଡିଜାଇନ୍, ରଙ୍ଗ, ମୂଲ୍ୟ, ଏବଂ ଅନ୍ୟାନ୍ୟ ସୁରକ୍ଷା ଚିହ୍ନ ଗୁଡ଼ିକୁ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରକ୍ରିୟା ଦ୍ୱାରା ଛପା ଯାଏ। ପଲିମର ନୋଟରେ କାଳି ପ୍ଲାଷ୍ଟିକ୍ ସିଟ୍ ସହ ଏପରି ଭାବେ ମିଶିଯାଏ ଯେ ତାହାକୁ ସହଜରେ ଉଠାଇବା ସମ୍ଭବ ନୁହେଁ। ଛାପା ସରିବା ପରେ, ସେଥିରେ ହୋଲୋଗ୍ରାମ, ରଙ୍ଗ ପରିବର୍ତ୍ତନକାରୀ ଇଙ୍କ୍ ( Optically Variable Ink) ଏବଂ ମାଇକ୍ରୋନପ୍ରିଣ୍ଟିଂ ଯୋଡ଼ାଯାଏ। ଶେଷ ପର୍ଯ୍ୟାୟରେ, ବଡ଼ ବଡ଼ ସିଟଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକାରରେ କାଟି ନୋଟର ରୂପ ଦିଆଯାଏ। ଏମିତି ତିଆରି ହୋଇଥାଏ ପଲିମର ନୋଟ୍।
୨୦୧୨ରେ ଭାରତରେ ପଲିମନର ମୋଟ୍ ପ୍ରଚଳନ ପାଇଁ ପ୍ରଚେଷ୍ଟା କରାଯାଇଥିଲା। ହେଲେ ଟେକ୍ନିକାଲ ସମସ୍ୟା ଯୋଗୁ ଏହାକୁ ସ୍ଥଗତି ରଖିବାକୁ ପଡ଼ିଥିଲା। ତେବେ ଅଷ୍ଟ୍ରେଲିଆ, କାନାଡା, ୟୁକେ (ୟୁକେ) ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ବିଶ୍ୱର ୬୦ରୁ ଅଧିକ ଦେଶରେ ପଲିମର ନୋଟ୍ ପ୍ରଚଳନ ଜାରି ରହିଛି।