ଆଜି ସରସ୍ବତୀ ପୂଜା, ସ୍କୁଲ ଓ କଲେଜର ଚାଲିଛି ମାଙ୍କ ଆରାଧନା
ଆଜି ସରସ୍ବତୀ ପୂଜା। ଏହି କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ହୋଇଥିବାର ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିବା ଜଣାଯାଇଛି। ଗତକାଲିଠାରୁ ସରସ୍ବତୀ ପୂଜା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଜାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉତ୍ସାହ ବହୁଗୁଣିତ ହୋଇଥିବା ପରିଲକ୍ଷିତ ହୋଇଛି। ଏହାଛଡ଼ା ଉଦଳାଠାରେ ଥିବା ମା’ ବାଗଦେବୀଙ୍କ ମନ୍ଦିରରେ ବି ବିଶେଷ ପୂଜାର୍ଚ୍ଚନା ଚାଲିଛି। ଏଠାରେ ନିଜର ପିଲାମାନଙ୍କୁ ଖଡ଼ି ଛୁଆଁଇବା ଲାଗି ବାପାମାଆମାନେ ପହଞ୍ଚୁଛନ୍ତି।