ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା

ଗୁରୁବାର ପାଇଁ ସରିଲା ରଥଟଣା। ସୂର୍ଯ୍ୟାସ୍ତ ହୋଇଯିବାରୁ ରଥଟଣା ବନ୍ଦ ରଖାଯାଇଛି। ବର୍ତ୍ତମାନ ମାର୍କେଟ ଛକରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଟକିଥିବା ବେଳେ, ମରିଚିକୋଟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ରହିଛି। ସେହିଭଳି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକେ ଗଡ଼ି ଅଟକିଛି। ଶୁକ୍ରବାର ସକାଳ ସାଢ଼େ ୯ଟାରୁ ପୁଣି ରଥଟଣା ହେବାକୁ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ତିନି ରଥ ଶରଧା ବାଲିରେ ପହଞ୍ଚିବା ନେଇ ଲକ୍ଷ୍ୟ ରହିଛି। ଏହା ପରେ ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପ ବିଜେ ଅନୁଷ୍ଠିତ ହେବ ।

ସେପଟେ ଗୁରୁବାର ରଥଯାତ୍ରା ସମୟରେ ଦଳାଚକଟା ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଦଳଚକଟା ଘଟଣାର ସଂପୂର୍ଣ୍ଣ ଖବର ଆସିନାହିଁ। ତଥାପି ହସ୍ପିଟାଲ ଯାଇ ଘଟଣା ସମ୍ପର୍କରେ ବୁଝିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପହଣ୍ଡି ସାମାନ୍ୟ ବିଳମ୍ବ ହେଲା। ଯାହାଫଳରେ ରଥରେ ପରବର୍ତ୍ତୀ ନୀତି କାନ୍ତି ବିଳମ୍ବ ହେଲା। ଗତବର୍ଷ ଭଳି ବଳଭଦ୍ରଙ୍କ ରଥ ମୋଡ଼ ନେଇନାହିଁ।

Leave a comment