ଜମୁଛି ହରିରାଜପୁର ପଂଚୁ ଦୋଳ ମେଲଣ

ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଂଚୁ ଦୋଳ ମେଲଣ । ୨୦୦ ବର୍ଷର ପୂରୁଣା ପରମ୍ପରା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁରରେ ପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୀଠ । ସୋମନାଥଙ୍କ ଦର୍ଶନ କରିବା ସହ ମେଳନ ଦେଖି ମଜା ନେଉଛନ୍ତି ଲୋକ । ମେଳନ ପଡ଼ିଆରେ ୮୫ଟି ବିମାନ ମଣ୍ଡପ ରହିଛି । ପ୍ରଭୁ ଶ୍ରୀ ସୋମନାଥ ଏବଂ ମା’ ପାର୍ବତୀଙ୍କ ଯୁଗଳମୂର୍ତୀ ଜମାଣ ରାତିରେ ମନ୍ଦିରର ପଶ୍ଚିମ ଦ୍ୱାର ଦେଇ ସୁସଜ୍ଜିତ ଦୋଳ ବିମାନରେ ମେଲଣ ପଡ଼ିଆକୁ ଆସିଥାନ୍ତି । ଆଉ ଏହି ସମୟରେ ନାନା ରଙ୍ଗର ଆତସବାଜିରେ ରାତି ତମାମ ରଙ୍ଗିନ ହୋଇ ଉଠେ ଆକାଶ । ବିଭିନ୍ନ ପ୍ରକାରର ଆତସବାଜି ଦେଖିବାକୁ ମିଳେ ଏଠାରେ । ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଦୋକାନ ବଜାର ସାଙ୍ଗକୁ ମୀନା ବଜାରର ପସରା ମେଲିଥାଏ ମେଲଣରେ ।

Leave a comment