ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

 ପୁରୀରେ ଏବେ ସରିବ ନାହିଁ ଭକ୍ତଙ୍କ ଯନ୍ତ୍ରଣା । ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ । ଗତ ଜାନୁଆରୀ ୨୦ ତାରିଖରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ପୂର୍ବରୁ ଆଇନ ମନ୍ତ୍ରୀ କହିଥିଲେ । କିନ୍ତୁ କାହିଁକି ଏବେ ପର୍ଯ୍ୟନ୍ତ ଆରମ୍ଭ ହୋଇନି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଜବାବରେ ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ ବୋଲି କହିଥିଲେ ଆଇନ ମନ୍ତ୍ରୀ । ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପରେ ହିଁ ବ୍ୟାରିକେଡ୍ କରାଯିବ । ତାପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a comment