ସମଲେଇ ମନ୍ଦିରରେ ପଲିଥିନ ବନ୍ଦ
ସମଲେଇ ମନ୍ଦିରରେ ପଲିଥିନ ବନ୍ଦ । ପଲିଥିନ୍ ନେଇ ଶ୍ରଦ୍ଧାଳୁ କିମ୍ବା କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ପାରିବେନି ବୋଲି କହିଛି ମନ୍ଦିର ପ୍ରଶାସନ । ମନ୍ଦିରରେ ପ୍ରଦୂଷଣ ରୋକିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଭୋଗ ବିକ୍ରି କରୁଥିବା ଦୋକାନୀ ମଧ୍ୟ ଯେମିତି ଶ୍ରଦ୍ଧାଳୁଙ୍କୁ ପଲିଥିନ୍ ନଦେବେ ସେନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଚେତନ କରାଯାଇଛି । ଏନେଇ ସିକ୍ୟୁରିଟି ଗାର୍ଡ ମଧ୍ୟ ପଲିଥିନ୍ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବାରଣ କରିବେ । ପୂର୍ବରୁ ଗୁଟଖା ଓ ମାଦକ ଦ୍ରବ୍ୟ ଉପରେ କଟକଣା ଲଗାଇଥିଲା ମନ୍ଦିର ଟ୍ରଷ୍ଟ ।
ସେପଟେ ଦିନକୁ ଦିନ ବଢ଼ୁଛି ଖରାରର ଦାଉ । ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । କିନ୍ତୁ ସହରରେ ଖୋଲିପାରିନି ଜଳଛତ୍ର । ଏନେଇ ସମ୍ବଲପୁରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମ୍ବଲପୁରରେ ଉପରମୁହାଁ ପାରଦ । ଗରମରେ କଲବଲ ଲୋକ। ମାର୍ଚ୍ଚ ମାସରୁ ସମ୍ବଲପୁରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ସମ୍ବଲପୁର ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ହୋଇଥିବାରୁ, ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଏଠାକୁ ମାଆ ସମଲେଇଙ୍କୁ ଦର୍ଶନ କରିବା ସହ ଅନ୍ୟାନ କାମପାଇଁ ଆସିଥାଆନ୍ତି ।
ସେହିପରି ବୁର୍ଲା ମେଡିକାଲକୁ ମଧ୍ୟ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାନ୍ତି । ହେଲେ ପ୍ରଚଣ୍ଡ ଖରାରେ ସହରରେ ଜଳଛତ୍ରଟିଏ ଖୋଲି ପାରିନାହିଁ । ଫଳରେ ସାଧାରଣ ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମ୍ବଲପୁରବାସୀ ।