ଆସୁଛି ମାଙ୍କ ପୂଜା । ନୂଆ ନୂଆ ମେଢ଼ ଦେଖିବା ପାଇଁ ଆପଣ ଅପେକ୍ଷା କରିଥିବେ ନିଶ୍ଚୟ । ତେବେ ଏଥର ନୂଆ ନୂଆ ତୋରଣ ଶ୍ରଦ୍ଧାଳୁଙ୍କ ଆକର୍ଷଣ କରିବ । ପୀଠରେ ଆଜି ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି। ପୂଜା ମଣ୍ଡପଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଛି। ଭୁବନେଶ୍ବରର ବିଭିନ୍ନ ପୂଜାମଣ୍ଡପରେ ବି ମାଙ୍କର ପୂଜାର୍ଚ୍ଚନା ଚାଲିଛି। ରାଜଧାନୀରେ ପ୍ରତିବର୍ଷ ଭଳି ରସୁଲଗଡ଼, ନୟାପଲ୍ଲୀ, ଭିଏସଏସ ନଗର, ଷ୍ଟେସନ ଛକ, ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା ଆଦିରେ ଦୁର୍ଗାପୂଜା କମିଟି ଚଳିତ ଥର ମଧ୍ୟ ମା’ଙ୍କ ପାଇଁ ଆକର୍ଷଣୀୟ ତୋରଣ ନିର୍ମାଣ କରିଛି। କେଉଁଠି ଢ଼ୋଲ ଆକୃତିର ଏହି ମେଢ଼ ବେଶ ସୁନ୍ଦର ଦିଶୁଛି ତ କେଉଁଠି ବଡ଼ ମଡ଼ ମନ୍ଦିର ଆକୃତିର ତୋରଣ ଆଖି ଝଲସାଇ ଦେଉଛି । ମା’ ମହିଷାମର୍ଦ୍ଦିନୀଙ୍କ ପାଇଁ ବୀର ସୁରେନ୍ଦ୍ର ସାଏ (ଭିଏସ୍ଏସ୍) ନଗର ପୂଜା କମିଟି ଭାରତୀୟ ପରଂପରାର ବାଦ୍ୟ ‘ଢ଼ୋଲ’କୁ ନେଇ ସ୍ବତନ୍ତ୍ର ମେଢ଼ ପ୍ରସ୍ତୁତ କରିଛି।
Trending
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ