ଆଜିଠୁ ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ

ମାଘ ମେଳା ପାଇଁ ଉତ୍ସବମୁଖର ଭୁବନେଶ୍ବର ଖଣ୍ଡଗିରି । ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଣ୍ଟ ଘଣ୍ଟା ବେଦ ମନ୍ତ୍ର ରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ସପ୍ତମୀରୁ ଧ୍ବନି ପ୍ରଜ୍ବଳିତ ହେଇ ମାଘ ପୂର୍ଣ୍ଣମୀରେ ପଡ଼ିବ ପୂର୍ଣ୍ଣାହୁତି । ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ୯ ଦିନ ଧରି ଖଣ୍ଡଗିରିରେ ଚାଲିବ ଜପତପ ।  ଖଣ୍ଡଗିରି ମେଳାରେ ଚଳିତ ଥର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ବହୁ ସଂଖ୍ୟାରେ ସ୍ବେଚ୍ଛାକର୍ମୀ ମାନେ ନିୟୋଜିତ ହେବେ ।

ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ସେନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରାଯାଇଛି ।  ମେଳାରେ ଲକ୍ଷଲକ୍ଷ ଲୋକଙ୍କ ଆଗମନ ହେତୁ ଏଠାରେ ପ୍ଲାଷ୍ଟିକ୍‌ ଜରି, ବୋତଲ ଓ ପଲିଥିନ୍‌ ଆଦିର ବହୁଳ ବ୍ୟବହାର ନେଇ ଆଶଙ୍କା ଉପୁଜିଛି। ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀମାନେ ପ୍ଲାଷ୍ଟିକ୍‌ ବଦଳରେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବାକୁ ନିବେଦନ କରାଯାଇଛି । ଶୃଙ୍ଖଳିତ ମେଳା ପରିଚାଳନା ପାଇଁ ବିଏମ୍‌ସି ବ୍ୟାପକ ପ୍ରସ୍ତୁତି କରିଛି । ଗତକାଲି ମେୟର ସୁଲୋଚନା ଦାସ ଖଣ୍ଡଗିରିରେ ବୁଲି ସାଧୁସନ୍ଥମାନଙ୍କ ସହିତ ଆଲୋଚନା କରିଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି । କମିସନର ମଧ୍ୟ ମେଳା ବୁଲି ପ୍ରସ୍ତୁତି ଦେଖିଛନ୍ତି ।