କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଷୋଡଶ ଉପଚାର ପୂଜା ଆରମ୍ଭ
କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଷୋଡଶ ଉପଚାର ପୂଜା | ପାର୍ବଣ ପୂଜା ଅବସରରେ ପୁରୀ ଜିଲ୍ଲା କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା | ଓଡିଶାର ବିଭିନ୍ନ ଶକ୍ତି ପୀଠ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଶକ୍ତିପୀଠ ହେଉଛି ଏକ ପ୍ରମୁଖ ଶକ୍ତିପୀଠ | ମା ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ ,ଏଠାରେ ମା” ମଙ୍ଗଳା ବନ ଦୂର୍ଗା ମନ୍ତ୍ରରେ ପୂଜିତ ହୋଇଥାନ୍ତି | ବର୍ତ୍ତମାନ ଆଶ୍ୱିନ ମାସର ଶାରଦୀୟ ପାର୍ବଣ ପୂଜା ଅବସରରେ କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା | ମା ମଙ୍ଗଳାଙ୍କୁ ବର୍ଷର ଅନ୍ୟ ସମୟରେ ପଞ୍ଚମ ଉପଚାର ଭାବରେ ପୂଜା କରାଯାଇଥାଏ ,କିନ୍ତୁ ଶାରଦୀୟ ପାର୍ବଣ ସମୟରେ ଷୋଡଶ ଉପଚାର ପୂଜାରେ ମା ମଙ୍ଗଳା ଙ୍କୁ ଆରାଧନା କରାଯାଇଥାଏ | ଏହି ସମୟରେ ମା ଙ୍କ ପୂଜା ବିଧିରେ ପରିବର୍ତ୍ତନ କରାଯାଇଥାଏ